ଭୁବନେଶ୍ୱର ମହାନଗର ନିଗମ ଡେପୁଟୀ ମେୟର ହେଲେ ମଞ୍ଜୁଲତା କଁଅର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶପଥ ଗ୍ରହଣ କଲେ ଭୁବନେଶ୍ୱର ମହାନଗର ନିଗମର ନବ ନିର୍ବାଚିତ ମେୟର ଓ ସମସ୍ତ 67ଜଣ କର୍ପୋରେଟର। ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଥିଲେ। ଶପଥ ଗ୍ରହଣ ପରେ ଡେ଼ପୁଟି ମେୟର ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଜେଡି ପକ୍ଷରୁ 22ନମ୍ବର ୱାର୍ଡ କର୍ପୋରେଟର ମଂଜୁଲତା କହଁରଙ୍କ ନାମ ଦଳ ପକ୍ଷରୁ ଏକମାତ୍ର ପ୍ରାର୍ଥୀ ଭାବେ ସୁପାରିଶ ହୋଇଥିଲା।

ବିଏମସିରେ ମୋଟ 67ଟି ୱାର୍ଡ ମଧ୍ୟରୁ ଚଳିତ ଥର ବିଜେଡି ହାତରେ 48ଟି, ବିଜେପିର 10 ଓ 9ଜଣ ସ୍ୱାଧୀନ କର୍ପୋରେଟର ଅଛନ୍ତି। ତେବେ ଇତି ମଧ୍ୟରେ 3ଜଣ ସ୍ୱାଧୀନ କର୍ପୋରେଟର ବିଜେଡିରେ ମିଶି ସାରିଛନ୍ତି। ଫଳରେ ବିଜେଡି ପ୍ରାର୍ଥୀନୀ ମଞ୍ଜୁଲତାଙ୍କ ବିଜୟ ହୋଇଛନ୍ତି। ମଞ୍ଜୁଲତା କହଁର ପ୍ରଥମ ଥର ନିର୍ବାଚିତ ହୋଇଥିବା ବେଳେ ଆଦିବାସୀ ମହିଳା କାର୍ଡ ଖେଳିଛି ବିଜେଡି। ଭୁବନେଶ୍ୱର ମହାନଗର ନିଗମର ମେୟର ମହିଳା ଥିବା ବେଳେ ଡେ଼ପୁଟି ମେୟର ମଧ୍ୟ ମହିଳାଙ୍କ ଭାଗରେ ପଡିଛି।

Leave A Reply

Your email address will not be published.