IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୫ ଜିଲ୍ଲାର ଏସପିଙ୍କ ସହ ମୋଟ ୧୮ ଜଣଙ୍କୁ ବଦଳି କରାଯାଇଛି । କେନ୍ଦୁଝର ଏସପି ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚର ଆଇପିଏସ୍ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି । ସେହିଭଳି ୨୦୧୧ ବ୍ୟାଚର ଆଇପିଏସ୍ ବାତ୍ତୁଲା ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଏସପି, ୨୦୧୩ ବ୍ୟାଚର ଆଇପିଏସ୍ ମୁକେଶ କୁମାରଙ୍କୁ ସମ୍ବଲପୁର ଏସପି, ୨୦୧୫ ବ୍ୟାଚର ଆଇପିଏସ୍ କୁସଲକର ନୀତିନ ଡଗଡ଼ୁଙ୍କୁ କେନ୍ଦୁଝର ଏସପି, ୨୦୧୬ ବ୍ୟାଚର ଆଇପିଏସ୍ ଖିଲାରି ରିଷିକେଶଙ୍କୁ ବଲାଙ୍ଗିର ଏସପି ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୯ ବ୍ୟାଚର ଆଇପିଏସ୍ ଏ.ଏମ୍. ପ୍ରସାଦଙ୍କୁ ସ୍ୱତନ୍ତ୍ର ଡିଜିପି ଏଚଆରପିସି, ୧୯୯୦ ବ୍ୟାଚର ଆଇପିଏସଙ୍କୁ ଡିଜି ଅଗ୍ନିଶମ, ୧୯୯୫ ବ୍ୟାଚର ଆର୍ କେ ଶର୍ମାଙ୍କୁ ଅତିରିକ୍ତ ଡିଜିପି ମୁଖ୍ୟାଳୟ, ୧୯୯୭ ବ୍ୟାଚର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜିପି (ଆଇନ୍ ଶୃଙ୍ଖଳା) ଓ ଅତିରିକ୍ତ ଡିଜିପି ଯୋଗାଯୋଗ ଦାୟିତ୍ୱ ଦିଆଯାଇଛି ।

୧୯୯୮ ବ୍ୟାଚର ଆଇପିଏସ୍ ଅମିତାଭ ଠାକୁରଙ୍କୁ ପରିବହନ କମିଶନର, ୧୯୯୮ ବ୍ଯାଚର ସୁରେଶ ଦେଭ ଦତ୍ତ ସିଂଙ୍କୁ ଏଡିଜିପି ଅପେରସନ୍, ୧୯୯୮ ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ଏଡିଜିପି ରେଲୱେ ଓ ତଟ ସୁରକ୍ଷା, ୧୯୯୮ ବ୍ଯାଚର ଆଇପିଏସ୍ ରାଜେଶ କୁମାରଙ୍କୁ ଏଡିଜିପି ଆଧୁନିକୀକରଣ ଭାବେ ନିଯୁକ୍ତ କରାଯାଇଛି । ୨୦୦୪ ବ୍ୟାଚର ଆଇପିଏସ୍ ଆଶିଷ ସିଂଙ୍କୁ ଅବକାରୀ କମିଶନରରୁ ଆଇଜିପି, ସିଆର୍ କଟକ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୭ ବ୍ୟାଚର ଆଇପିଏସ୍ ରାଜେଶ ପଣ୍ଡିତଙ୍କୁ ଡିଆଇଜିପି କୋରାପୁଟରୁ ଡିଆଇଡିପି ଅଗ୍ନିଶମ ଓ ହୋମଗାର୍ଡ, ୨୦୦୯ ବ୍ୟାଚର ଆଇପିଏସ୍ ଅଖିଳେଶ୍ୱର ସିଂଙ୍କୁ ଡିଆଇଜିପି ଏସଏପିରୁ ଡିଆଇଜିପି ଏସଆଇଡବ୍ଲୁ, ୨୦୦୯ ବ୍ୟାଚର ଆଇପିଏସ୍ ସି.ଏସ୍ ମୀନାଙ୍କୁ ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜିପି ଦିଆଯାଇଛି କୋରାପୁଟ ଦାୟିତ୍ୱ ।

Leave A Reply

Your email address will not be published.