ସେକି ହେଉଥିବା ବେଳେ ନିଆଁରେ ଜଳିଗଲେ ମାମୁ-ଭଣଜା

0

ଓଡ଼ିଆ ନ୍ୟୁଜ୍ : ନିଆଁ ସେକି ହେଉଥିବା ବେଳେ ନିଆଁରେ ଜଳିଗଲେ ମାମୁ-ଭଣଜା। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଏହି ଅଘଟଣ ଘଟିଛି। ନିଆରେ ଜୀବନ୍ତ ଦଗ୍ଧ  ହୋଇଥିବା ଦୁଇ ନାବାଳକ ସମ୍ପର୍କରେ ମାମୁ ଭଣଜା ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣଙ୍କ ମଧ୍ୟରେ ଜଣେ ୮ ବର୍ଷର କ୍ରୀଷ୍ଣା ଊର୍ମା ଓ ଅନ୍ୟ ଜଣେ ୫ ବର୍ଷର କ୍ରୀଷ୍ଣା ଭୋଇ । ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୋଇଁ ହେଉଥିବା ବେଳେ ପାଳ ଗଦାରେ ନିଆଁ ଲାଗିଯାଇଥିଲା। ଆଉ ସେହି ନିଆଁରେ ଦୁଇ ନାବାଳକ ଜଳି ଯାଇଥିଲେ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ଗାଁ ଲୋକ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.