ମୟୂରଭଞ୍ଜ ଜିଲ୍ଲା ପ୍ରାର୍ଥୀଙ୍କ ନିର୍ଵାଚନ ଖର୍ଚ୍ଚ ତଦାରଖ ସମ୍ପର୍କିତ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ପ୍ରାର୍ଥୀଙ୍କ ନିର୍ଵାଚନ ଖର୍ଚ୍ଚ ତଦାରଖ ସମ୍ପର୍କିତ ବୈଠକ | ଆସନ୍ତା ମଇ ୨୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହି ପରିପେକ୍ଷୀରେ ନିର୍ବାଚନକୁ ଅବାଧ , ନିରପେକ୍ଷ , ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏବଂ ନିର୍ବାଚନରେ ହେବାକୁ ଥିବା ଖର୍ଚ୍ଚ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆଜି ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଜାତୀୟ ଏବଂ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ମାନଙ୍କର ମୁଖପାତ୍ର ଏବଂ ପ୍ରତିନିଧି ମାନେ ଆସି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଭୋଟରଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ ପ୍ରଚାରରେ ବ୍ୟବହୃତ ଯାନବାହାନ, ବିଭିନ୍ନ ପ୍ରଚାର ପ୍ରସାର ମାଧ୍ୟମ, ଫଟୋଗ୍ରାଫି, ଭିଡିଓଗ୍ରାଫି ଏହି ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ଶ୍ରୀ ମହାପାତ୍ର ସମସ୍ତ ରାଜନୈତିକ ଦଳ ଏବଂ ନିର୍ବାଚନରେ ହେବାକୁ ଥିବା ଖର୍ଚର ଅବଧି ଏବଂ ଖର୍ଚ ର ସଠିକ ହିସାବ ବିଷୟରେ ଏବଂ ପ୍ରଚାରରେ ଲାଗିବାକୁ ଥିବା ସମସ୍ତ ଜିନିଷ ପତ୍ରର ଅନୁକ୍ରମଙ୍କ ବିଷୟରେ ଆଲୋଚନା ହୋଇଥିଲା. ଏହାବ୍ୟତୀତ ନିର୍ବାଚନ ଦୁର୍ନୀତି ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଠୋର ପଦକ୍ଷେପ କାର୍ୟ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା।

ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ପ୍ରତି ପ୍ରଶାସନର ପ୍ରତିବଦ୍ଧତା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ | ନିର୍ବାଚନକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ରାଜନୈତିକ ଦଳ ମଧ୍ୟରେ ସହୟୋଗର ମହତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତ ଅଂଶୀଦାରମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାକୁ ଅନୁରୋଧ କରିଥିଲେ। ଏହି ବୈଠକରେ ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଆଞ୍ଚଳିକ ପରିବହନ ଅଧିକାରୀ, ଶ୍ରୀ ବିସ୍ବରାଜ ବେହେରା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ସହକାରୀ ଜିଲ୍ଲାପାଳ ଶ୍ରୀ ଶ୍ରୀକାନ୍ତ ନାଏକ, କୋଷାଧ୍ୟକ୍ଷ ଅଧିକାରୀ ଶ୍ରୀ ଆର ନାଏକ ପ୍ରମୁଖ ଉପସ୍ଥିତ ଥିଲେ.

Leave A Reply

Your email address will not be published.