ରାଇରଙ୍ଗପୁର ଡିଭିଜନ ତରଫରୁ ବିଶ୍ବ ଶ୍ରମିକ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ଡିଭିଜନ ତରଫରୁ ବିଶ୍ବ ଶ୍ରମିକ ଦିବସ ପାଳିତ | ନେସ୍କୋ ପାୱାର ଏମ୍ପ୍ଲାଇଜ ୟୁନିଅନ ରାଇରଙ୍ଗପୁର ଡିଭିଜନ ତରଫରୁ ବିଶ୍ବ ଶ୍ରମିକ ଦିବସ ରେ ନିର୍ବାଚନ ର ଆଚରଣ ବିଧିକୁ ଆଖି ଆଗରେ ରଖି ଶାନ୍ତିପୂର୍ଣ୍ଣ ଭାବରେ ସମସ୍ତେ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ଶ୍ରମିକ ଦିବସ ପାଳନ କରିଥିଲେ |

ସଭା ପ୍ରାରମ୍ଭରେ ରାଇରଙ୍ଗପୁର ୨ ଏସ ଡି ଓ ଚିରନଜିତ ସାହୁ ଉପସ୍ଥିତ ରହି ୟୁନିଅନ ପତାକା ଉତ୍ତୋଳନ କରିଥିଲେ | ସେ ନେସ୍କୋ କର୍ମଚାରୀମାନଙ୍କୁ ଅତିଶୟ ଖରାରେ କାମ କରିବା ସମୟରେ ସାଙ୍ଗରେ ଓଆରଏସ୍ ପାଣି ଓ ମୁଣ୍ଡରେ ଗାମୁଛା ନେବା ପାଇଁ ସମସ୍ତଙ୍କୁ ଉପଦେଶ ଦେଶଥିଲେ | ଏଥିସହିତ ସମସ୍ତଙ୍କୁ ପ୍ରଖାଳ ଓ କାଜି ପାଣି ଖାଇବାର ନିର୍ଦ୍ଦେଶ ଦେବା ସହିତ ଖରାରେ ବାହାରକୁ ବାହାରିଲା ବେଳେ ସାଙ୍ଗରେ ପାଣି ବୋତଲ ଧରନ୍ତୁ ବୋଲି ପରାମର୍ଶ ଦେଇଥିଲେ | ପ୍ରବଳ ଖରା ଅବକାଶରେ, ନିଜେ ସତର୍କ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏଥିପ୍ରତି ସଚେତନ କରିବା ମୁଖ୍ୟ ଉଦ୍ଦେଶ୍ୟ |

ଉକ୍ତ ବୈଠକରେ ସଂପାଦକ ଦୀପକ କୁମାର ମହାନ୍ତ, ଉଦୟଭାନୁ ବେହେରା, ଲମ୍ବୋଦର ମହାନ୍ତ, ବିରସିଂ ମାର୍ଣ୍ଡି, ଗୋପିନାଥ ଗିରି, ରଂଜନ ସେଠୀ, ମହେନ୍ଦ୍ର ମହାନ୍ତ, ସାଙ୍ଖ ସୋରେନ, ଜିତେନ୍ଦ୍ର ମହାନ୍ତ, ବିମଲ ମହାନ୍ତ, ଦୀପକ କୁମାର ପରିଡା, ସୁନ୍ଦର ପାତ୍ର ଓ ଦେବାଶିଷ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ନେସ୍ସୋ ପାୱାର ଏମ୍ପ୍ଲୋଇଜର ସମସ୍ତ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ |

Leave A Reply

Your email address will not be published.