ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ବିଜୟ କୁମାର ନାଏକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ପ୍ରାକ୍ତନ କରଞ୍ଜିଆ ବିଧାୟକ ବିଜୟ କୁମାର ନାଏକ |କରଞ୍ଜିଆ ବିଜୁ ଜନତାଦଳର ପୂର୍ବତନ ବିଧାୟକ ବିଜୟ ନାଏକ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦିବା ୧୧ ଘଟିକା ସମୟରେ ମାଣିକ ଛକ ନିକଟରେ ପ୍ରେସମିଟ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

ଚଳିତ ନିର୍ବାଚନରେ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇ ସେ ଏହି ପଦକ୍ଷେପ ନେଇଥିବା ଓ ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ନିଷ୍ପତି ନେଇଥିବା ମଧ୍ୟ ସୂଚନା ଦେଇଛନ୍ତି ।

ପୂର୍ବରୁ ଦଳ ବିରୋଧୀ ଗତିବିଧି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ବିବେକାନନ୍ଦ ଦାସଙ୍କ ସଭାପତିତ୍ବରେ ମାଣିକ ଛକ ଠାରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ଶ୍ରୀ ନାଏକ,ପ୍ରାକ୍ତନ ଏନଏସି ଅଧ୍ୟକ୍ଷ ପ୍ରେମଜିତ ସାହୁ ବିଜୟଙ୍କୁ ସମର୍ଥନ ଜଣାଇଥିଲେ । ପ୍ରେସମିଟ୍ ପରେ ନିଜ ସମର୍ଥକଙ୍କ ସହିତ ମାଣିକ ଛକ ଠାରୁ ପଦଯାତ୍ରାରେ ବାହାରି ନଗର ପରିକ୍ରମା କରି ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ଶ୍ରୀ ନାଏକ |

Leave A Reply

Your email address will not be published.