ରାସ୍ତାରେ ପଡିଛି ଯୁବକର ମୃତ ଶରୀର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାସ୍ତାରେ ପଡିଛି ଯୁବକର ରକ୍ତ ଜୁଡୁବୁଡୁ ଶରୀର | କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ |ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରୀ | ମୃତ ଯୁବକ ଜଣକ ହେଲେ କଟକ ଜଗତ ପୁର ଅଂଚଳର ପୃଥ୍ୱୀରାଜ ପାତ୍ର |

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଛାନୁଆ ଗ୍ରାମର ନରାଡ଼ ଛକରେ | ଆଜି ସକାଳ ସମୟରେ ରାସ୍ତା ଉପରେ ଏକ ଯୁବକର ରକ୍ତ ଜୁଡ଼ୁବୁଡ଼ୁ ମରଶରୀର ପଡିଥିବା ବେଳେ ମୁଣ୍ଡ ମୁହଁରେ କଟା ଦାଗ ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ | ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଂଚି ଶବଜବତ କରି ତଦନ୍ତ ଜାରି ରଖିଥିଲା ବେଳେ ବାଲେଶ୍ୱର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରୀ ରଖିଛି |

ତେବେ ରାସ୍ତା ସାରା ରକ୍ତ ଛିଟା ପଡ଼ିଥିବାରୁ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ | କେହି ଦୃବୃତ୍ତ ହତ୍ୟା କରି ଫେରାର ହୋଇ ଯାଇଛି !ମୃତ ଯୁବକ ଜଣକ ହେଲେ କଟକ ଜିଲ୍ଲା ଜଗତ ପୁର ଥାନା ଚାହାପଡା ଗ୍ରାମର ପୃଥ୍ୱୀରାଜ ପାତ୍ର |ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ୮୮/୨୪ ମୂଳେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି |

Leave A Reply

Your email address will not be published.