ମୃତକର ପରିଚୟ ଖୋଜୁଛି ପୋଲିସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୃତକର ପରିଚୟ ଖୋଜୁଛି ପୋଲିସ୍ | ବଡବିଲ ବାଲ୍ଟିନାଳ ନିକଟସ୍ଥ କୂଅ ଭିତରୁ ଜଣେ ଅଜଣା ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ | ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସହରର ବାଲ୍ଟିନାଳ ନିକଟସ୍ଥ କୂଅ ଭିତରୁ ଜଣେ ଅଜଣା ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡିଛି।

ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପ୍ରାପ୍ତ ସୂଚନା ମୁତାବକ ସକାଳୁ କୂଅକୁ ଗାଧୋଇବାକୁ ଆସିଥିବା ଲୋକେ ଉକ୍ତ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ କୂଅ ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡବିଲ ମେଡିକାଲ ପଠାଇ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

ଯୁବକଙ୍କ ଚପଲ ଓ ଲୁଗା କୂଅ ବାହାରେ ରହିଥିବା ବେଳେ ତାଙ୍କ ମୃତଦେହ କୂଅ ଭିତରେ ଭାସମାନ ଅବସ୍ଥାରେ ରହିଥିଲା। ଯାହାକୁ ନେଇ ଏହା ହତ୍ୟା ବା ଦୁର୍ଘଟଣା ତାହା ଜଣା ପଡିନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.