ଟ୍ରାକ୍ଟର ଓଲଟି ନାବାଳକ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟ୍ରାକ୍ଟର ଓଲଟି ନାବାଳକ ମୃତ। ଆଜି ଏକ ଅଭାବନୀୟ ଓ ହୃଦୟ ସ୍ପର୍ଶୀ ଘଟଣା ଘଟିଯାଇଛି ।ସାଲେପୁର ବ୍ଲକ ଅନ୍ତର୍ଗତ ଭୀମଦାସପୁର ପଞ୍ଚାୟତ ର ଭୋରା ଗ୍ରାମରେ ।ଏହି ଭୋରା ଗ୍ରାମର ଏକ ନାଳ ଭିତରକୁ ଓଡି-21-3948 ଏକ ଟ୍ରାକ୍ଟର ଓଲଟି ପଡିଛି ।

ଏହି ଟ୍ରାକ୍ଟର ରେ ଡ୍ରାଇଭର ଓ ହେଲପର ଙ୍କୁ ମିଶାଇ ୪ଜଣ ଥିଲେ ।କୌଣସି କାରଣ ବଶତ ଟ୍ରାକ୍ଟର ଭାରସାମ୍ୟ ହରାଇ ନାଳ ଭିତରକୁ ଓଲଟି ପଡିଥିଲା ।ଏଥିରେ ଆଶିଷ ଭୋଇ ନାମକ ନାବାଳକ ବୟସ ୧୬ ବର୍ଷ ହେବ ଚାପି ହୋଇ ମୃତ୍ୟୁ ବରଣ କରିଛି ।ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା ।

ଡାକ୍ତର ଆଶିଷ କୁ ମୃତ ଘୋଷଣା କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ କୁ ପଠାଇଛନ୍ତି ।ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.