ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ; ବିଧାୟକ ଭାଗୀରଥି ସେଠୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ | ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ। କୁଚକ୍ରୀଙ୍କ ଚକ୍ରାନ୍ତ ରେ ମୋ ଟିକେଟ କଟା ଯାଇଛି । ବିଜେଡି ରେ ଟିକେଟ ପାଇଁ ପଇସା କାରବାର ହେଉଛି ।

ଆଗରୁ ମୋତେ କୁହାଯାଇଥିଲା ଟିକେଟ ଦିଆଯିବ ବୋଲି, କିନ୍ତୁ ମୋ ଠାରୁ କମ୍ ଭୋଟ ବ୍ୟବଧାନରେ ଜିତିଥିବା ଲୋକଙ୍କୁ ଟିକେଟ ମିଳିଛି । ପୁର୍ବରୁ ରଥଯାତ୍ରା ଦିନ ପାଣ୍ଡିଆନ ମୋତେ ଏବଂ ଆଉ ଦୁଇ ଜଣକୁ ଡାକି ତୁମର ଟିକେଟ ଫାଇନାଲ ଅଧିକ ବ୍ୟବଧାନରେ ଜିତିବା ପାଇଁ ଲାଗିପଡ଼ ବୋଲି କହିଥିଲେ । ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି | କିନ୍ତୁ ଶେଷ ମୁହୁର୍ତ୍ତ ରେ ଚକ୍ରାନ୍ତ କରି ମୋ ଟିକେଟ କୁ କାଟିଦେଲେ ।

ମୁଁ ଶୁଣିଛି ଟିକେଟ ପାଇଁ ପଇସା କାରବାର ହେଉଛି, ମୁଁ କାହା ନାଆଁ ନେବିନି ମୋ ପାଖରେ ତ ପଇସା ନାହିଁ ମୁଁ ପଇସା ଦେଇକି କୋଉଠୁ ଟିକେଟ ଆଣିବି ବୋଲି ଭାଗିରଥି ସେଠୀ କହିଛନ୍ତି । ମୁଁ ଆଗକୁ କେଉଁ ଦଳକୁ ଯିବି ନିଷ୍ପତି ନେଇ ନାହିଁ, ମୋର ପୁତୁରା ଶାନ୍ତନୁ ସେଠୀ କୁ ଆଗକୁ ଆଣିବି ଏବଂ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କୁ ହରାଇବା ମୋର ମୁଖ୍ୟ ଲକ୍ଷ୍ୟ ଅଛି ।

Leave A Reply

Your email address will not be published.