ଟ୍ୱିନ୍‌ ସିଟିରେ ମେଘୁଆ ପାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହଠାତ୍ ପାଗରେ ପରିବର୍ତ୍ତନ। ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ଆଗାମୀ ୩ ଘଣ୍ଟାରେ ଭୁବନେଶ୍ୱର ସମେତ ୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ଅପରାହ୍ନ ୪.୨୦ ସମୟରେ ବିଜୁଳି, ଘଡ଼ଘଡ଼ି ମାରିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଏହି କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ବସ୍ତି ଦେବା ନେଇ ଆଶା କରାଯାଉଛି।୬ ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାର କିଛି ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହୋଇପାରେ । ଗତ କିଛି ଦିନ ହେବ ରାଜ୍ୟରେ ହିଟୱେଭ୍ ଜାରି ରହିଛି। ପାରଦ ଡେଇଁଛି ୪୬ ଡିଗ୍ରୀ। ଏବେ କାଳବୈଶାଖୀ ବର୍ଷା ତାତିରୁ ଆଶ୍ୱସ୍ତି ଆଣି ଦେଇଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୧.୩ ଡିଗ୍ରୀ ତାପମାତ୍ରାରେ ଜଳିଛି ଝାରସୁଗୁଡା ।

ସେହିପରି ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆହୁରି ଦୁଇରୁ ତିନି ଦିନ ରାଜ୍ୟରେ ଜାରି ରହିବ ହିଟ୍ ଓ୍ଵେଭର ପ୍ରଭାବ। ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରି ଟପିବାର ଆଶଙ୍କା ରହିଛି । ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ । ସେହିପରି ୨ ତାରିଖ ପରେ ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ସମ୍ଭାବନା ରହିଛି।

Leave A Reply

Your email address will not be published.