ଆସନ୍ତା ୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ।ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି।  ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।  ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ବିଶାଳ ଜନସଭାରେ ଉଦବୋଧନ ଦେବେ। ସେ ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଣେ ମୋଦୀ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଉଛନ୍ତି କି ନା, ତାହା ଦେଖିବାକୁ ବାକି ରହିଲା।ନିର୍ବାଚନ ଘୋଷଣା ହେବା ପରେ ମୋଦୀଙ୍କର ଓଡ଼ିଶାରେ ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାରେ ମୋଦୀ କେଉଁଭଳି ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିକଟରେ ଏକ ଟିଭି ସାକ୍ଷାତକାରରେ ମୋଦୀ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିବା ସହ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ସୁଯୋଗ ଦେବାକୁ କହିଥି‌‌ଲେ।

ତେଣୁ ନବରଙ୍ଗପୁରରେ ମୋଦୀ ସେହି ଶାଣିତ ଆକ୍ରମଣ ଜାରି ରଖୁଛନ୍ତି ନା ଆହୁରି ଆକ୍ରମଣାତ୍ମକ ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ସେହିପରି ମେ ୪ ତାରିଖରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓଡିଶା ଆସିବେ । ସେଦିନ ସେ ବିଜେପି କାର୍ଯ୍ୟାଳୟରେ ବରି​‌ଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା ପରେ ସନ୍ଧ୍ୟାରେ ଏକ ଘରୋଇ ହୋଟେଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.