ପୁଣି ଖସିଲା ପାରଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ପୁଣିଥରେ ହ୍ରାସ ପାଇଛି। କିଛି ଦିନର ବ୍ୟବଧାନ ପରେ ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଛି ।

ସୁନ୍ଦରଗଡ କୋରେଇରେ ସର୍ବନିମ୍ନ ୬ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ଖସି ଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏଁ ରାତିରେ ତାପମାତ୍ରାରେ ସେମିତି କିଛି ପରିବର୍ତନ ହେବା ଆଶଙ୍କା ନାହିଁ ।  ସୁନ୍ଦରଗଡ଼ ଜିଲ୍ଲା କିରେଇରେ ସର୍ବନିମ୍ନ ତାପମାତ୍ରା ୬.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୯.୧, ସୁନ୍ଦରଗଡ଼ରେ ୯.୨, ରାଉରକେଲାରେ ୯.୯, ଜି ଉଦୟଗିରିରେ ୧୦.୪, କୋରାପୁଟ‌ରେ ୧୧.୨, କେନ୍ଦୁଝରରେ ୧୧.୫ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ତାପମାତ୍ରାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହୋଇଛି।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।  ୧୧ ତାରିଖରେ ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ମୟୂରଭଂଜ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି । ସେହିଭଳି ୧୨ରେ ଢେଙ୍କାନାଳ, କଟକ, ବୌଦ୍ଧ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ ଓ କେନ୍ଦ୍ରାପଡାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.