୨୪ ଘଣ୍ଟାରେ ରାଜ୍ଯର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା: ପାଣିପାଗ ବିଭାଗ ଜାରି କଲା ୟେଲୋ ଓ୍ବାଣ୍ଣିଂ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଗତ ୨୪ ଘଣ୍ଟା ଭିତରେ ରାଜ୍ଯର କିଛି ଜିଲ୍ଲା ମାନଙ୍କ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହିତ କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ହୋଇଛି। କେଉଁଝର ଯୋଡା ଠାରେ ୭୧.୨ ମିଲିମିଟର, ହରିଚନ୍ଦନପୁର ଠାରେ ୭୦ ମିଲିମିଟର, ବରଗଡ ଜିଲ୍ଲା ର ଆମ୍ବୋଭଣା ଠାରେ ୬୭ ମିଲିମିଟର। ଉତ୍ତର ପଶ୍ଚିମ ରାଜସ୍ଥାନ ରୁ ଏକ ନିମ୍ନ ଚାପ ରେଖା ବାହାରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ବ୍ୟାପିଛି।ଏହି ନିମ୍ନ ଚାପ ଚାପ ରେଖା ଟି ପୁର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଦକ୍ଷିଣ ଓଡିଶା ମଧ୍ଯ ଦେଇ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯାଏଁ ବ୍ୟାପିଛି। ଏହା ସହିତ ଦକ୍ଷିଣ ଛତିଶଗଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ଯର କିଛି କିଛି ଅଞ୍ଚଳ ରେ ହାଲୁକା ରୁ ମଧ୍ୟମ ଧରଣର ସମେତ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡିଶାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ ଉପକୂଳ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ।
ବଲାଙ୍ଗିର, ନୂଆପଡା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନାଗିରିର ଗୋଟିଏ ୨ ଟି ସ୍ଥାନରେ ପ୍ରବଳ ବର୍ଷା ହେବ। କିଛି ଜିଲ୍ଲା ପାଇଁ ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମୌସୁମୀ ଛୁଇଁବା ପରଠାରୁ ଆଜି ଯାଏଁ ରାଜ୍ଯ ରେ ୯୪.୮ ମିଲିମିଟର ବର୍ଷା ରେକର୍ଡ କରାହୋଇଛି। ଯାହା ସ୍ବାଭାବିକ ବର୍ଷା ୯୬.୧ ମିଲିମିଟର ଠାରୁ ୧ ପ୍ରତିଶତ କମ୍ ରହିଛି। ୧୬ ରୁ ୨୬ ତାରିଖ ଭିତରେ ସ୍ବାଭାବିକ ବର୍ଷା ରେକର୍ଡ କରାହୋଇଛି। ଏହି ସମୟ ଭିତରେ ବୌଦ୍ଧ ରେ ସର୍ବାଧିକ ବର୍ଷା ରେକର୍ଡ କରାହୋଇଛି। ୧୪ ଜିଲ୍ଲା ରେ ସ୍ବାଭାବିକ ବର୍ଷା ହୋଇଛି। ୬ ଟି ଜିଲ୍ସା ରେ ନିଅଣ୍ଟିଆ ବର୍ଷା ରେକର୍ଡ କରାହୋଇଛି।

Leave A Reply

Your email address will not be published.