ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବରିଷ୍ଠ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ମୃତ୍ୟୁ। ଲିଭର ଜନିତ ସମସ୍ୟା ନେଇ ଚିକିତ୍ସିତ ଅବସ୍ଥାରେ ମେଡ଼ିକାଲରେ ତାଙ୍କର ମୃତ୍ୟୁ। ଅକ୍ଲାନ୍ତ ଇଞ୍ଜିନିୟରିଙ୍ଗ ଓ ଏମ ବି ଏ ପାଠ୍ୟକ୍ରମ ଶେଷ କରିସାରିବା ପରେ ଚାକିରୀ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। କଟକ ସତିଚଉରା ଠାରେ ତାଙ୍କ ସେଶକୃତ୍ୟ ହୋଇଛି ଓ ମୁଖାଗ୍ନି ଦେଇଛନ୍ତି ବଡ଼ ଭାଇ ଅଭିନେତା ଅମ୍ଳାନ ଦାସ। ଏହି ସତିଚଉରା ଠାରେ ଅଭିନେତା ମିହିର ଦାସଙ୍କ ମଧ୍ୟ ଶେଷ କୃତ୍ୟ ହୋଇଥିଲା ଅକ୍ଲାନ୍ତଙ୍କର ଲିଭରରେ ସମସ୍ୟା ଥିଲା। ଏଥିପାଇଁ ସେ ମାସେ ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ହଠାତ୍ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।