ବିଜେପି ଛାଡିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ, ଆଣିଲେ ସଙ୍ଘତିକ ଅଭିଯୋଗ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ବିଜେପି ଛାଡିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ | ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଦେଲେ ଇସ୍ତଫା | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ. ପି ନଡ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର | 2015 ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ |

ଶିଶିର ଗମାଙ୍ଗ କହିଛନ୍ତି ;

ନବୀନ ବାବୁ ହେଉଛନ୍ତି ଅଲ ପାର୍ଟି ପ୍ରେସିଡେଣ୍ଟ…
ଆମେ ଶୁଣୁଥିଲୁ ଓଡିଶା କଂଗ୍ରେସର ସଭାପତି ନିର୍ଣ୍ଣୟ କରନ୍ତି ନବୀନ ପଟନାୟକ | ବିଜେପିକୁ ମ୍ୟାନେଜ କରୁଛନ୍ତି ନବୀନ | ତେଣୁ ତାଙ୍କୁ ମୁଁ ସବୁ ଦଳର ସଭାପତି କହିବି…

ବିଜେପି ଅଣଦେଖା କରିଛି…
2015ରେ ବିଜେପିରେ ଯୋଗଦାନ କରିବା ପରେ ମତେ 2019ରେ କୋରାପୁଟ ସଂସାଦ ଭାବେ ପ୍ରାର୍ଥୀ କରିବାକୁ ପ୍ରତିଶୃତି ଦେଇଥିଲେ | ହେଲେ ଗୁଣୁପୁର ବିଧାନସଭାରେ ପ୍ରାଥୀ କଲେ | ପଂଚାୟତରେ ଶେଷ ପର୍ଯ୍ୟାୟରେ ଲଢ଼ିବା ପାଇଁ କହିଲେ | ବିଜେପି ସଙ୍ଗଠନ ଠିକ ନଥିଲା | ଦକ୍ଷିଣ ଓଡିଶାର ଜଣେ ନେତା ସବୁବେଳେ ଡିଷ୍ଟର୍ବ କରୁଥିଲେ… ଏନେଇ ଧର୍ମେନ୍ଦ୍ରଙ୍କୁ କହିଥିଲି ସେ ବି କିଛି ନେତାଙ୍କୁ ଫୋନ କରିଥିଲେ | ସେଥିପାଇଁ ଧନ୍ୟବାଦ ହେଲେ କିଛି ହେଲାନି | ତାଙ୍କ କଥା କିଏ ଶୁଣୁଛନ୍ତି କି ନାହିଁ ମୁଁ ଜାଣିନି…

ବିଜେପି ଚାଲିଛି କେବଳ କାଗଜ କଲମରେ…
ପଂଚାୟତ ନିର୍ବାଚନ ପୂର୍ବରୁ କୋରାପୁଟରେ ଦଳ କେବଳ କାଗଜ କଲମରେ ଚାଲିଛି ବୋଲି ଦଳର ବରିଷ୍ଠଙ୍କୁ ଅବଗତ କରାଇଥିଲି | କିନ୍ତୁ ଶୁଣିଲେ ନାହିଁ | ମୁଁ ଗୁଣୁପୁରରେ ଯେତିକି ଭୋଟ ପାଇଥିଲି ସେତେକି ପାଇଲା ନାହିଁ…

ବିଆରଏସ ଲାଗି ଓଡିଶାରେ ସୁଯୋଗ ଅଛି…
ବିଆରଏସ ଓଡିଶାରେ ସର୍ଭେ କରିଛନ୍ତି | ଓଡିଶାରେ ସୁଯୋଗ ରହିଛି
| ବିରୋଧୀ ଦଳ ଓଡିଶାରେ ଯେଉଁକାମ କରିବା କଥା ସଠିକ ଭାବେ କରୁନାହାନ୍ତି | ଓଡ଼ିଶାରେ ଭାକ୍ୟୁମ ରହିଛି | ବିଆରଏସ ତାକୁ ପୂରଣ କରିପାରିବ | ଜୟରାମ ପାଙ୍ଗି ବିଆରଏସରେ ସାମିଲ ହେଲେ କିଛି ଅସୁବିଧା ନାହିଁ କିନ୍ତୁ ପାଙ୍ଗିଙ୍କ ଅଲଗା ରାଜ୍ୟ ଗଠନ ପ୍ରସ୍ତାବ ସହ ସହମତ ନୁହେଁ….

Leave A Reply

Your email address will not be published.