ଆଉ ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି

0

ଓଡ଼ିଆ ନ୍ୟୁଜ୍ : ଆଉ ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି। କଟନି ଛଟନି କଲେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଆଜି ସମବାୟ କର୍ମଚାରୀଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଏନେଇ ମନ୍ତ୍ରୀ ସମବାୟ କର୍ମଚାରୀଙ୍କୁ ତାଗିଦ୍ କରି କହିଛନ୍ତି, ମିଲରଙ୍କ କାମ ଚାଷୀଙ୍କ ସହ କଥା ହେବା ନୁହେଁ କିମ୍ବା ତାଙ୍କ ଠାରୁ ଧାନ କିଣିବା। ଯଦି କେହି ମିଲର ମନମାନୀ କରୁଛନ୍ତି, ତାହାହେଲେ ବିଭାଗକୁ ଜଣାଇବା ସହ ଥାନାରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

ମିଲରମାନେ ଧାନ ଉଠେଇବାକୁ ଗାଡି ପଠାନ୍ତି। ସେମାନଙ୍କ କାମ ଚାଷୀଙ୍କ ସହ କଥା ହେବା କିମ୍ବା ତାଙ୍କଠାରୁ ଧାନ କିଣିବା ନୁହେଁ। ଯଦି ଏଥିରେ ମିଲରମାନେ ହାତଗୁଞ୍ଜା ଦେଇ ଏପଟ ସେପଟ କରୁଥିଲେ ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.