କୋଟିପତିରୁ ସନ୍ନ୍ୟାସୀ, ଦାନ କରିଦେଲେ ୨୦୦ କୋଟି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୁଜରାଟର ଜଣେ ଧନୀ ଜୈନ ଦମ୍ପତି ପାଖାପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ବୌଦ୍ଧ ଭିକ୍ଷୁ ପାଲଟିବା ପାଇଁ ତ୍ୟାଗ କରିଦେଲେ ନିଜର ସମସ୍ତ ସୁଖ ସୁବିଧା। ଗୁଜରାଟର କନଷ୍ଟ୍ରକସନ ବ୍ୟବସାୟର ଭାବେଶ ଭାଇ ଭଣ୍ଡାରୀ ଓ ତାଙ୍କ ପତ୍ନୀ ଦାନ କରିଦେଇଛନ୍ତି ୨୦୦ କୋଟିର ସମ୍ପତ୍ତି। ଫେବ୍ରୁଆରୀ ମାସରେ ନିଜର ସମସ୍ତ ସମ୍ପତ୍ତି ଦାନ କରିଦଇଥିବା ବେଳେ ଉଭୟ ଚଳିତ ମାସ ଶେଷରେ ଆନୁଷ୍ଠାନିକ ରୂପେ ସନ୍ନ୍ୟାସୀ ପାଲଟିବେ |

ନିର୍ମାଣ ବ୍ୟବସାୟରେ ଥିବା ହିମ୍ମତନଗରର ଏହି ବ୍ୟବସାୟୀ ୨୦୨୨ରେ ସନ୍ନ୍ୟାସୀ ହୋଇଯାଇଥିବା ତାଙ୍କ ୧୯ ବର୍ଷୀୟା ଝିଅ ଓ ୧୬ ବର୍ଷର ପୁଅଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ଏପ୍ରିଲ ୨୨ ତାରିଖରେ ସନ୍ନ୍ୟାସ ନେବା ପରେ ଦମ୍ପତିଙ୍କୁ ସମସ୍ତ ପାରିବାରିକ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ ଏବଂ ସେମାନଙ୍କୁ କୌଣସି ‘ଭୌତିକ ବସ୍ତୁ’ ରଖିବାକୁ ଅନୁମତି ମିଳିବ ନାହିଁ। ଏହାପରେ ସେମାନେ ଖାଲି ପାଦରେ ସାରା ଭାରତରେ ଚାଲିବେ ଏବଂ କେବଳ ଭିକ୍ଷାରେ ବଞ୍ଚିବେ। ସେମାନଙ୍କ ପାଖରେ କେବଳ ଦୁଇଟି ଧଳା ପୋଷାକ, ଭିକ୍ଷା ପାଇଁ ଏକ ପାତ୍ର ଓ ଏକ ‘ରଜୋହରଣ’ (କୀଟପତଙ୍ଗଙ୍କୁ ଘଉଡ଼ାଇବା ପାଇଁ ବ୍ୟବହୃତ ଏକ ଧଳା ଝାଡ଼ୁ) ରହିବ। ଭଣ୍ଡାରୀ ଦମ୍ପତି ଅନ୍ୟ ୩୫ ଜଣଙ୍କ ସହ ମିଶି ୪ କିଲୋମିଟର ଶୋଭାଯାତ୍ରାରେ ବାହାରି ମୋବାଇଲ ଫୋନ୍ ଓ ଏୟାର କଣ୍ଡିସନର ସମେତ ସମସ୍ତ ସମ୍ପତ୍ତି ଦାନ କରିଥିଲେ।

ଶୋଭାଯାତ୍ରାର ଭିଡିଓରେ ଦମ୍ପତି ରାଜା ଭଳି ପୋଷାକ ପିନ୍ଧି ରଥ ଉପରେ ବସିଥିବାର ଦେଖିବାକୁ ମିଳିଛି। ଗତ ବର୍ଷ ଗୁଜରାଟରେ ଜଣେ କୋଟିପତି ହୀରା ବ୍ୟବସାୟୀ ଓ ତାଙ୍କ ପତ୍ନୀ ତାଙ୍କ ୧୨ ବର୍ଷର ପୁଅ ସନ୍ନ୍ୟାସ ଗ୍ରହଣ କରିବାର ପାଞ୍ଚ ବର୍ଷ ପରେ ସମାନ ପଦକ୍ଷେପ ନେଇଥିଲେ। ୨୦୧୭ରେ ମଧ୍ୟପ୍ରଦେଶର ଜଣେ ଧନୀ ଦମ୍ପତି ୧୦୦ କୋଟି ଟଙ୍କା ଦାନ କରି ନିଜର ତିନି ବର୍ଷର ଝିଅକୁ ଛାଡ଼ି ସାଧୁ ହେବା ଚର୍ଚ୍ଚାକୁ ଆସିଥିଲା। ୩୫ ବର୍ଷୀୟ ସୁମିତ ରାଠୋର ଓ ତାଙ୍କ ପତ୍ନୀ ଅନାମିକା (୩୪) ନିଜ ଝିଅକୁ ତାଙ୍କ ଜେଜେମା’ଙ୍କ ନିକଟରେ ଛାଡ଼ି ଚାଲିଯାଇଥିଲେ।

Leave A Reply

Your email address will not be published.