ପ୍ରକାଶ ପାଇଲା ବିଜେପିର ଦ୍ବିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରକାଶ ପାଇଲା ବିଜେପିର ଦ୍ବିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା | ବିଜେପିର ଦ୍ବିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ପ୍ରକାଶ। ମୟୂରଭଞ୍ଜ ଜିଲ୍ଲାର ବାକି ରହିଥିବା 4 ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ହେଲା ନା ଘୋଷଣା। କରଞ୍ଜିଆ ଆସନରେ ପୁଣି ଥରେ ପଦ୍ମ ଚରଣ ହାଇବୁରୁଙ୍କୁ ରିପିଟ କରିଥିବା ବେଳେ ରାଇରଙ୍ଗପୁରରେ ନୂଆ ଚେହେରା ଜଲେନ୍ ବାରଦାଙ୍କୁ ଅସ୍ଥା ରଖିଛି ଦଳ।

ସେହିପରି ବାଙ୍ଗିରୀପୋଷୀ ଆସନ ରୁ ପୂର୍ବତନ ପ୍ରାର୍ଥୀ ସୁଗଦା ମୁର୍ମୁଙ୍କ ଝିଅ ତଥା ବିଜେପି ମହିଳା ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପି ସଂଜଳି ମୁର୍ମୁଙ୍କୁ ଦଳ ଏଥର ମହିଳା ପ୍ରାର୍ଥୀ ଭାବେ ଚୟନ କରିଛି। ଠିକ୍ ସେହିପରି ସରସକଣା ଆସନ କଥା ଯଦି କହିବା ନିକଟରେ ବିଜେଡି ରୁ ଦଳ ଛାଡି ପଦ୍ମ ଶିବିରକୁ ଆସିଥିବା ପୂର୍ବତନ ବିଧାୟକ ଭାଦବ ହାଁସଦାଙ୍କ ଉପରେ ଭରସା ରଖି ଦଳ ଟିକେଟ ଦେଇଛି।

ତେବେ ମୟୂରଭଞ୍ଜ ଜିଲ୍ଲାରୁ ପୂର୍ବରୁ 5 ବିଧାୟକ ଏବଂ ପ୍ରାର୍ଥୀଙ୍କୁ ରିପିଟ କରିଥିବା ବେଳେ ଆଜି 4 ଆସନର ପ୍ରାର୍ଥୀ ଘୋଷଣା ପରେ ବିଜେପି ମୋଲରେ ନୂଆ ଉତ୍ସାହ ପରିଲକ୍ଷିତ ହେଉଛି।

Leave A Reply

Your email address will not be published.