ବଳାଙ୍ଗୀ ମହୋତ୍ସବର ଦ୍ଵିତୀୟ ସଂନ୍ଧ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସମ୍ବଲପୁରୀ ଏବଂ ଡାଲଖାଇ ନୃତ୍ୟରେ ଝୁମିଲେ ଦର୍ଶକ | ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବର 2ୟ ସନ୍ଧ୍ୟାରେ ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ନୃତ୍ୟ ପ୍ରତିଯୋଗିତାର ସବ ଜୁନିୟର ଏବଂ ଜୁନିୟର ବିଭାଗର ଫାଇନାଲ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି |

ପ୍ରତିବିଭାଗରୁ 10ଜଣ ଲେଖାଏଁ ଉତୀର୍ଣ୍ଣ ପ୍ରତିଯୋଗୀ ମାନେ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ, ବିଚାରକ ଭାବରେ ଭୁବନେଶ୍ୱରରୁ ବିଶିଷ୍ଟ କରିଓ ଗ୍ରାଫର ମାଷ୍ଟର ସିମନ ଏବଂ ମୁମ୍ବାଇରୁ କରିଓଗ୍ରାଫର ମାଷ୍ଟର ଅଜିତ ଯୋଗଦେଇ ପିଲା ମାନଙ୍କୁ ଦିଗଦର୍ଶନ ଦେଇଥିଲେ | ପରେ ପରେ ପ୍ରସିଦ୍ଧ ସମ୍ବଲପୁରୀ ଏବଂ ଡାଲଖାଇ ନୃତ୍ୟ ପରିବେଷିତ ହୋଇଥିଲା |

ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, ସାଂସ୍କୃତିକ ସଚିବ ବଳରାମ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ସମ୍ପାଦକ ମିଥୁନ ବାରିକ, ପଦ୍ମନାଭ ମହାପାତ୍ର, କିଶୋର ମହାନ୍ତି, ଦିଲ୍ଲୀପ ପାତ୍ର ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ |

Leave A Reply

Your email address will not be published.