ଚୋୖମୁଖ ସମୁଦ୍ର ବେଳଭୂମିରେ ଅଲିଭ ରେଡ଼ଲି କଇଁଛଙ୍କ ଅଣ୍ଡା ଦାନ ସ୍ଥଳୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ବନ ବିଭାଗ ଅଧିନସ୍ଥ ଚୋୖମୁଖ ସମୁଦ୍ର ବେଳଭୂମି ଏବେ ଅଲିଭ ରେଡ଼ଲି କଇଁଛଙ୍କ ଅଣ୍ଡା ଦାନ ସ୍ଥଳୀ ପାଲଟିଛି। ବର୍ଷାକୁ ଶହ ଶହ ଅଲିଭ ରିଡ଼ଲେ କଇଁଛ ପର୍ଯ୍ୟାୟ କ୍ରମେ ଏଠାକୁ ଆସି ଅଣ୍ଡା ଦେଇ ପୁଣି ସମୁଦ୍ରକୁ ଫେରି ଯାଆନ୍ତି। ଅଣ୍ଡା ଦାନର ପାଖପାଖି ଦୁଇମାସ ମଧ୍ୟରେ ଅଣ୍ଡାରୁ ଶାବକ ଜନ୍ମ ନେଇ ସମୁଦ୍ରକୁ ଚାଲିଯାଆନ୍ତି। ସେହିପରି ଆଜି ପ୍ରଥମ ପର୍ଯ୍ୟାୟରେ ଚୋୖମୁଖ ଠାରେ ସମୁଦ୍ରରେ ୯୪ଟି ଅଲିଭ ରିଡ଼ଲେ କଇଁଛ ଶାବକ ସମୁଦ୍ରରେ ଛଡା ଯାଇଥିବାର ଦେଖିବାକୁ ମିଳିଛି ।

ଚୋୖମୁଖ ସମୁଦ୍ର ବେଳାଭୂମି ଅଲିଭ ରିଡଲେ କଇଁଛର ଅଣ୍ଡା ଦାନର ଉପଯୁକ୍ତ ସ୍ଥାନ ହୋଇଥିଲେ ମଧ୍ଯ ଚଳିତ ବର୍ଷ ବହୁ କମ ସଂଖ୍ୟକ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥିଲେ। ପ୍ରଥମ ପର୍ଯ୍ୟୟରେ ୩୦ଟି ଅଲିଭ ରିଡ଼ଲେ କଇଁଛଙ୍କ ଠାରୁ ମୋଟ ୯୮ଟି ଅଣ୍ଡା ବନବିଭାଗ ସଂଗ୍ରହ କରିଥିବା କଥା ଫରେଷ୍ଟ ଗାର୍ଡ ହୃଷିକେଶ ପ୍ରଧାନ ପ୍ରକାଶ କରିଛନ୍ତି। ସେହି ଅଣ୍ଡା ଗୁଡିକୁ ଅସ୍ଥାୟୀ ହେଚେରୀରେ ୫୨ଦିନ ରଖାଯିବା ପରେ ସେଥିରୁ ୯୪ଟି ଶାବକ ଜନ୍ମ ନେଇଥିଲା ।

ଉକ୍ତ ଶାବକ ଗୁଡିକୁ ଆଜି ସକାଳ ଲଙ୍ଗଳେଶ୍ୱର ବନବିଭାଗର ଫରେଷ୍ଟ ଗାର୍ଡ ଶ୍ରୀ ପ୍ରଧାନ, ଦୂର୍ଜୟ କରଣ, ଉତ୍ତମ ଖଟୁଆ ଙ୍କ ସହିତ ବାଲିଆପାଳ ବ୍ଲକ ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଚଉମୁଖ ଗ୍ରାମବାସୀ ମୁରଲୀ ମହାନ୍ତି, ଗୋପାଳ ଦାସ ପ୍ରମୁଖ ଉପସ୍ଥିତ ରହି ଅଲିଭ ରିଡ଼ଲେ କଇଁଛ ଶାବକ ମନଙ୍କୁ ସମୁଦ୍ରରେ ଛାଡିଥିଲେ ।ଅଲିଭ ରିଡ଼ଲେ କଇଁଛ ଶାବକ ଗୁଡିକ ସମୁଦ୍ରକୁ ଯାଉଥିବା ସମୟ ରେ ଖୁବ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.