ପାଟକୁରା କଂଗ୍ରେସ ବିଧାୟକ ପାର୍ଥି ରତିକାନ୍ତ କାନୁନ ଗୋ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଟକୁରା କଂଗ୍ରେସ ବିଧାୟକ ପାର୍ଥି ରତିକାନ୍ତ କାନୁନ ଗୋ | ପାଟକୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ବିଧାୟକ ପାର୍ଥି ଭାବେ ପାଇଲେ ରତିକାନ୍ତ କାନୁନଗୋ ଙ୍କ ନାମ ଘୋଷଣା ହୋଇଛି | ରତିକାନ୍ତ ଚାରି ବର୍ଷ ହେବ କଂଗ୍ରେସ ଦଳ ରେ ଯୋଗ ଦେବା ପରେ ପାଟକୁରା ରେ ଶୋଇରହିଥିବା କଂଗ୍ରେସ ଦଳ ରତିକାନ୍ତ ଙ୍କ ନେତୃତ୍ୱରେ ଏକତ୍ରିତ ହୋଇଥିଲା |

2019 ନିର୍ବାଚନ ରେ କଂଗ୍ରେସ ପାଟକୁରା ରୁ ଜୟନ୍ତ କୁମାର ମହାନ୍ତି ଙ୍କୁ ନିର୍ବାଚନ ରେ ମୈଦାନ ଓଲ୍ହାଇ ଥିଲେ ବି 2106 ଖଣ୍ଡ ଭୋଟ ପାଇଥିଲେ | କଂଗ୍ରେସ ଏକ ରକମ ନିଜ ଅସ୍ତିତ୍ୱ ହରାଇ ଥିବା ଭଳି ଲାଗୁଥିବା ବେଳେ, ରତିକାନ୍ତ ଦଳ ରେ ଯୋଗ ଦେବା ପରେ ଚାରି ବର୍ଷ ହେବ ପାଟକୁରା ର ୩ ବ୍ଲକ ଗରଦପୁର, ଡେରାବିଶ, ଓ ମାର୍ଶାଘାଇ ବ୍ଲକ ସାତ ପଞ୍ଚାୟତ ରେ ନିଜ ସଂଗଠନ ସୁଦୃଢ କରିବା ସହ କଂଗ୍ରେସ ଦଳର ସ୍ଥିତି ସୁଦୃଢ କରିବରେ ଲାଗିଥିଲେ |

ରାତିକାନ୍ତ ମଧ୍ୟ 2019 ନିର୍ବାଚନ ରେ ସ୍ୱାଧୀନ ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ | 2024 ମସିହା ରେ କଂଗ୍ରେସ ଦଳ ତାଙ୍କୁ ପୁରସ୍କାର ସ୍ୱରୂପ ପାଟକୁରା ଟିକେଟ ଦେଇଥିବାରୁ ରତିକାନ୍ତ ଦଳ ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ବିଜୟ ନେଇ ଆଶା ବାଦି ଅଛନ୍ତି |

Leave A Reply

Your email address will not be published.