ମେଡିସିନ ଷ୍ଟୋର ଭିତରେ ପସିଲା କ୍ଷତାକ୍ତ ବାରହା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମେଡିସିନ ଷ୍ଟୋର ଭିତରେ ପସିଲା କ୍ଷତାକ୍ତ ବାରହା | କେନ୍ଦୁଝର ସହର ସ୍ଥିତ ଆପୋଲୋ ଫାର୍ମାସି ଭିତରୁ ଗୁରୁତର ବାରହାକୁ ଉଦ୍ଧାର କଲା ବନ ବିଭାଗ | ଆଜି ସକାଳୁ କେନ୍ଦୁଝର ସହରର ଜଗନ୍ନାଥପୁର ସ୍ଥିତ  ଆପୋଲୋ ଫାର୍ମାସି ମେଡିସିନ ଷ୍ଟୋର ଭିତରେ କ୍ଷତାକ୍ତ ବାରହା ପଶି ଯାଇଥିଲା |

ପଶି ଆସିବାରୁ କାର୍ଯ୍ୟରତ କର୍ମଚାରୀମାନେ ଭୟଭିତ ଅବସ୍ଥାରେ ଷ୍ଟୋର ବାହାରକୁ ଚାଲି ଆସିଥିଲେ।ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ଟିମ ଯନ୍ତା ସହିତ ସେଠାରେ ପହଞ୍ଚି ବାରହାଟିକୁ ଉଦ୍ଧାର କରିଥିଲେ । ବାରହା କ୍ଷତାକ୍ତ ଥିବାବେଳେ ତାକୁ ଉଦ୍ଧାର କରି କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ତାର ଚିକିତ୍ସା କରାଯିବ ।

ସୁସ୍ଥ ହେବା ପରେ ବାରହାଟିକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚଡି କହିଛନ୍ତି । ତେବେ ଏହି ବାରହା ନରଣପୁର ଜଙ୍ଗଲରୁ ରାତ୍ରିରେ ଚାଲି ଆସି ସମ୍ଭବତଃ ଜଙ୍ଗଲକୁ ଫେରିପାରିନି ବୋଲି ଡିଏଫଓ ସୂଚନା ଦେଇଛନ୍ତି  ।

Leave A Reply

Your email address will not be published.