ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା ।  ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍ ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ।ବାନ୍ଦ୍ରା ଅଞ୍ଚଳରେ ୨ଜଣ ଅଜଣା ବ୍ୟକ୍ତି ଭାଇଜାନ ସଲମାନଙ୍କ ଘର ଆଗରେ ଗୁଳି ଚଳାଇ ଚମ୍ପଟ ମାରିଥିଲେ। ଗୁଳିମାଡ଼ ଘଟଣାର ଦିନକ ପରେ ଅଭି।ଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ୨୪ ବର୍ଷୀୟ ଭିକି ସାହେବ ଗୁପ୍ତା ଓ ୨୧ ବର୍ଷୀୟ ଶ୍ରୀଯୋଗନ୍ଦ୍ରେ ବଲ୍‌। ସେମାନେ ଦୁହେଁ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାସ୍ଥିତ ମାସିହିର। ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେ ଦୁଇ ଜଣଙ୍କୁ ଆଜି ସକାଳୁ ମୁମ୍ବାଇ ନିଆଯିବାର ଯୋଜନା ରହିଛି।

ସୂଚନାଯୋଗ୍ୟ, ଗତ ରବିବାର ଦିନ ମୁମ୍ବାଇରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ବାଇକ୍‌ରେ ଆସି କେହି ଅଜଣା ଦୁର୍ବୃତ୍ତ ୪.୫୦ ସମୟରେ ୫ ରାଉଣ୍ଡ ଗୁଳି ଫୁଟାଇ ଚାଲି ଯାଇଥିଲେ। ଏଥିମଧ୍ୟରୁ ଗୋଟିଏ ଗୁଳି ତଳେ ପଡ଼ିଥିବା ବେଳେ ବାକି ୩ଟି କାନ୍ଥରେ ବାଜିଥିଲା। ଅନ୍ୟ ଗୁଳିଟି ବାଲକୋନିରେ ଲାଗିଥିବା ଜାଲ ଚିରି ଭିତରକୁ ପଶି ଯାଇଥିଲା।

ଦୁଇଜଣ ଗୁଳିମାଡ଼କାରୀଙ୍କ ମଧ୍ୟରୁ ଜଣେ ହରିଆଣାର ଗୁରୁଗ୍ରାମର ଗ୍ୟାଙ୍ଗଷ୍ଟର ବୋଲି ପ୍ରଥମରୁ ଅନୁମାନ କରାଯାଉଥିଲା। ଯାହାଙ୍କ ନାମ ବିଶାଲ ରାହୁଲ ବୋଲି ଜଣାପଡ଼ିଛି। ପୁଲିସ ଦୁଇଜଣ ଗୁଲିମାଡ଼କାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୦୭ରେ ମାମଲା ରୁଜୁ କରିଛି। ତେବେ ସଲ୍‌ମାନଙ୍କ ବାପା ସଲିମ ଖାନ୍‌ଙ୍କ କହିବାନୁସାରେ ଚର୍ଚ୍ଚାରେ ରହିବା ପାଇଁ କେହି ଏପରି କରିଛନ୍ତି।

Leave A Reply

Your email address will not be published.