ଝେଲମ ନଦୀରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝେଲମ ନଦୀରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା । ମଙ୍ଗଳବାର ଦିନ ଶ୍ରୀନଗରର ଝେଲମ ନଦୀରେ ଏକ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ନଦୀ ମଧ୍ୟରେ ଏକ ଡଙ୍ଗା ୧୦ରୁ ୧୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡ଼ିବାରୁ ଏପରି ଘଟିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏଯାଏଁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଡଙ୍ଗା ବୁଡିବା ସମୟରେ ଏଥିରେ ୨୦ ଜଣ ଥିଲେ। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡଙ୍ଗାରେ ୧୦ରୁ ୧୨ଜଣ ସ୍କୁଲ ପିଲାଙ୍କ ସହ ଅନ୍ୟ ଯାତ୍ରୀ ମଧ୍ୟ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଶ୍ରୀନଗର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ସକାଳେ ଝେଲମ ନଦୀରେ ଏହି ଡଙ୍ଗା ଓଲଟି ପଡିଥିଲା। ଏହି ଦୁର୍ଘଟଣା ପରେ ଡଙ୍ଗାରେ ବସିଥିଲା ଲୋକମାନଙ୍କ ମଧ୍ୟରୁ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା।

ଶ୍ରୀନଗରର ଏସଏମଏଚଏସ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ମୁଜାଫର ଜାରଗର କହିଛନ୍ତି ଯେ ୭ ଜଣଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ସେଥିମଧ୍ୟରୁ ଚାରିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଚିକିତ୍ସିତ ହେଉଛନ୍ତି। ଜମ୍ମୁ କଶ୍ମୀର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବର୍ତ୍ତମାନ ଚାଲିଥିବା ଉଦ୍ଧାର କାର୍ଯ୍ୟ ପାଇଁ ଏକ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ୍‌କୁ ନିୟୋଜିତ କରାଯାଇଛି।

Leave A Reply

Your email address will not be published.