ମହାକୁମ୍ଭ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରେନକୁ ପଥରମାଡ଼ କଲେ ଦୁର୍ବୃତ୍ତ

0

ଓଡ଼ିଆ ନ୍ୟୁଜ୍: ମହାକୁମ୍ଭ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରେନକୁ ପଥରମାଡ଼ କଲେ ଦୁର୍ବୃତ୍ତ। ମହାରାଷ୍ଟ୍ରର ଜଳଗାଁଓରୁ ପ୍ରୟାଗରାଜର ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କୁ ନେଇ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ଼ ହୋଇଛି। ତପ୍ତୀଗଙ୍ଗା ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଥିଲା ବେଳେ କୋଚର କାଚ ଭାଙ୍ଗି ଯାଇଛି। ଟ୍ରନ ନଂ ୧୯୦୪୫/୧୯୦୪୬ ତପ୍ତୀଗଙ୍ଗା ଏକ୍ସପ୍ରେସ୍ ଛାପରାରୁ ପ୍ରୟାଗରାଜ ଦେଇ ସୁରଟ ପର୍ଯ୍ୟନ୍ତ ଚଳାଚଳ କରେ।

ଜାନୁଆରୀ ୧୨ରେ ଟ୍ରେନଟି ଜଳଗାଁରୁ ବାହାରିଥିଲା। ଏଥିରେ ବହୁ ସଂଖ୍ୟାରେ ମହାକୁମ୍ଭକୁ ଯାଉଥିବା ଭକ୍ତମାନେ ରହିଥିଲେ। ତେବେ ମହାକୁମ୍ଭ ଟ୍ରେନକୁ ପଥରମାଡ଼ କରିଛନ୍ତି ଦୁର୍ବୃତ୍ତ।

Leave A Reply

Your email address will not be published.