ଓଡ଼ିଆ ନ୍ୟୁଜ୍: ବନ୍ଧାହେଲେ ଲୋକସେବା ଭବନରେ ନକଲି ବାବୁ। ଲୋକସେବା ଭବନରେ ଚାକିରି ଦେବାକୁ କହି ଠକୁଥିଲେ। ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଦଲାଲ ବ୍ୟାସଦେବ ରଣା ଗିରଫ ହୋଇଛି । ନିଜକୁ ପଞ୍ଚାୟତିରାଜ ବିଭାଗର ଅଧିକାରୀ ଥିବା ଲୋକଙ୍କୁ କହୁଥିଲା। ଏହା ସହ ନିଜର ଆଇଡି କାର୍ଡ ବି ଦେଖାଉଥିଲା। ଲୋକସେବା ଭବନରେ ଚାକିରି କରଇ ଦେବାକୁ କହି ପୂର୍ଣ୍ଣଚନ୍ଦ୍ର ପରିଡ଼ା ନାମକ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୧୨ଲକ୍ଷ ଟଙ୍କା ଠକେଇ କରିଥିଲେ। ପରେ ଆଉ ତାଙ୍କୁ ଧରାଛୁଆଁ ଦେଇନଥିଲା।
ଏନେଇ ପୂର୍ଣ୍ଣଚନ୍ଦ୍ର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଆଜି ବ୍ୟାସଦେବଙ୍କୁ ଲୋକସେବା ଭବନ ଆଗରୁ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ନକଲି ସେକ୍ସନ ଅଫିସର ଆଇଡି କାର୍ଡ ଜବତ ହୋଇଛି।