ଓଡ଼ିଆ ନ୍ୟୁଜ୍: ଜାପାନରେ ୬.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ। ଏହାପରେ ଦେଶରେ ପାଣିପାଗ ବିଜ୍ଞାନ କେନ୍ଦ୍ର ସୁନାମୀ ଚେତାବନୀ ଜାରି। ସ୍ଥାନୀୟ ସମୟାନୁସାରେ, ରାତି ୯ଟା ୧୯ ମିନିଟରେ ଭୂମିକମ୍ପ ଆସିଥିଲା। ଭୂମିକମ୍ପର ଗଭୀର ଥିଲା ୩୭ କିଲୋମିଟର। କ୍ୟୁଶୁ ଦ୍ଵୀପର ମିୟାଜାକି ପ୍ରିଫେକ୍ଚର ନିକଟରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିଲା। ନିକଟସ୍ଥ କୋଚ୍ଚି ପ୍ରାନ୍ତ ପାଇଁ ସୁନାମୀ ଚେତାବନୀ ଜାରି କରାଯାଇଛି।
ପାଣିପାଗ ବିଭାଗ ୧ ମିଟର ଯାଏ ଲହରୀ ଉଠିବାର ଆଶଙ୍କା କରିଛି। ତେବେ ଭୂମିକମ୍ପର ସମ୍ପୂର୍ଣ୍ଣ ପ୍ରଭାବ ତୁରନ୍ତ ଜଣାପଡ଼ି ନାହିଁ। ଏଥିରେ କେହି ମୃତାହତ ହେବାର କିଛି ଖବର ନାହିଁ। ନିକଟରେ ଚିଲିରେ ମଧ୍ୟ ଏହିପରି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ଥିଲା ୬.୨।