ଭୁବନେଶ୍ବର: ଗେଷ୍ଟ ହାଉସରେ ଦୁଇଜଣ ଯୁବକଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରଲ ପରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):   ଭୁବନେଶ୍ବର ଧାଉଳି ଥାନା ଅନ୍ତର୍ଗତ ଏକ ଗେଷ୍ଟ ହାଉସ ରେ ଦୁଇଜଣ ଯୁବକଙ୍କୁ ନିସ୍ତୁକ ମାଡ।  ମାଡ ଭିଜୁଆଲ ଭାଇରାଲ ହେବାପରେ ଅଭିଯୁକ୍ତ ମାନଙ୍କୁ ଖୋଜୁଛି କମିଶନରେଟ ପୋଲିସ।  ଘଟଣା ସମ୍ପର୍କରେ ବୁଝିବା ପରେ ଜଣାପଡିଲା ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ଏକ ବାର ରେ ଝିଅ ଡ୍ୟାନ୍ସର  ଯୋଗଉଥିଲେ ମାଡ ଖାଉଥିବା ଦୁଇ ଯୁବକ। ଏହି ଦୁଇ ଯୁବକ ଦିଲ୍ଲୀରୁ ଆଣିଥିବା ଡ୍ୟାନ୍ସର ମାନଙ୍କୁ ନିଜ ହେପାଜତରେ ରଖିଥିଲେ।  କିନ୍ତୁ ଅନ୍ୟ ଏକ ବାରର ଦଲାଲ୍ ଏହି ଝିଅ ମାନଙ୍କୁ ସେମାନଙ୍କ ହୋଟେଲ ରେ ନଚାଇବାକୁ ନେଇଯାଇଥିଲେ। ଯାହା ଫଳରେ ଦୁଇ ଦଲାଲ୍ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା।  ଗତ କାଲି ରାତିରେ ଝିଅ ମାନେ ରହୁଥିବା ଏକ ଗେଷ୍ଟ ହାଉସରେ ଏହି ଦୁଇ ଯୁବକ ପହଂଚିବାରୁ ସେଠାରେ ଥିବା କିଛି ଦଲାଲ୍ ଏହି ଦୁଇ ଯୁବକଙ୍କୁ ଉଲଗ୍ନ କରି ମାଡ ମରିଛନ୍ତି।  ଖବର ପାଇ ଧାଉଳି ଥାନା ପୋଲିସ ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ଥିବା ଡ୍ୟାନ୍ସ ବାର ମ୍ୟାନେଜର ଙ୍କୁ ଡାକି ପଚରା ଉଚରା ଆରମ୍ଭ କରିଛି।

Leave A Reply

Your email address will not be published.