ବିଧାୟକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ଓ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ଓ ସମ୍ବର୍ଦ୍ଧନା | ନରସିଂହପୁର ବ୍ଲକ ପରିସରରେ ବିଧାୟକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ନରସିଂହପୁର ଜଗନ୍ନାଥ ମନ୍ଦିର ରେ ଦର୍ଶନ ସାରି ବିଶାଳ ଜନସମର୍ଥନ ରେ ବିଧାୟକ ବିଜୟ ଦଳ ବେହେରା |

ମାଟି ମା ର କଥା କହୁଥିବା ବେଳେ ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ | ବିଧାୟକ ଙ୍କୁ ପାଛୋଟି ଆଣିବା ପରେ ପରେ ବ୍ଲକ ସମ୍ମୁଖରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା | ଏଥିରେ ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ପଞ୍ଚାୟତ ସମିତି ଅଧକ୍ଷା ସସ୍ମିତା ଜେନା, ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ |

ପରେ ପରେ ବ୍ଲକରେ ସମୀକ୍ଷା ବୈଠକ ରେ ବିଭିନ୍ୟ ସରକାରୀ କର୍ମଚାରୀ ସହିତ ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗ, କୃଷି ଉଦ୍ୟୋଗ ବିଭାଗ,କୃଷ ସମ୍ବର୍ନ୍ଧିୟ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ,ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ | ଆଗାମୀ ଦିନରେ ନରସିଂହପୁର ବ୍ଲକ କିଭଳି ଦୁର୍ନୀତି ମୁକ୍ତ ଓ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା ହୋଇଥିଲା |

Leave A Reply

Your email address will not be published.