ଜୋହାନ୍ସବର୍ଗରେ ହେବ ମୋଦୀ-ଜିନପିଙ୍ଗ୍ ଭେଟଘାଟ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୋହାନ୍ସବର୍ଗରେ ହେବ ମୋଦୀ-ଜିନପିଙ୍ଗ୍ ଭେଟଘାଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ୍ ଗସ୍ତରେ ଯିବେ। ଅଗଷ୍ଟ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ଅଗଷ୍ଟ ୨୨ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଭାରତରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବେ। ସେ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫ଟା ୧୫ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିବେ। ଭାରତୀୟ ସମୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ୭ଟାରେ ବ୍ରିକ୍ସ ବିଜନେସ୍ ଫୋରମ୍ ଲିଡର୍ସ ଡାଏଲଗରେ ଯୋଗଦେବେ। ରାତି ସାଢ଼େ ୯ଟାରେ ସେ ବ୍ରିକ୍ସ ଲିଡର୍ସ ରିଟ୍ରିଟରେ ଯୋଗଦେବେ। ଏହା ଏକ ବନ୍ଦ ଦ୍ୱାର ବୈଠକ ହେବ । ତେବେ ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି । ଏ ନେଇ ଦକ୍ଷିଣ ଆଫ୍ରିକାରେ ଥିବା ଚୀନ ରାଷ୍ଟ୍ରଦୂତ ଚେନ ସିଆଗଙ୍ଗ ସଂକେତ ଦେଇଛନ୍ତି ।

ଏହି ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିବ । କାରଣ ଦୁଇ ଦେଶ ମଧ୍ୟରେ ସଂପର୍କ ଏବେ ଖରାପ ସମୟ ଦେଇ ଗତି କରୁଛି ଓ ଉଭୟ ଦେଶର ସେନା ଏଲଏସି ଓ ଅନ୍ତର୍ଜାତୀୟ ସୀମାରେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.