୪୮ ଘଣ୍ଟା ତପସ୍ୟାରେ ବସିବେ ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧ଲୋକସଭା ନିର୍ବାଚନ ପାଇଁ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ । ତେବେ ବିଭିନ୍ନ ରାଜନୈତିକ ଦଳ ଗଡ ଦଖଲ କରିବା ପାଇଁ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେପି ପାଇଁ ଶୀର୍ଷ ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆସନ୍ତା 30 ତାରିଖରେ ପ୍ରଚାର ଶେଷ ହେବାକୁ ବସିଥିବା ବେଳେ ତପସ୍ୟାରେ ବସିବେ ପ୍ରଧାନମନ୍ତ୍ରୀ । ୪୮ ଘଣ୍ଟା ପର୍ଯ୍ୟନ୍ତ କରିବେ ତପସ୍ୟା । ତାମିଲନାଡ଼ୁ କନ୍ୟାକୁମାରୀ ଜିଲ୍ଲାରେ ଥିବା ବିବେକାନନ୍ଦ ରକ୍ ମେମୋରିଆଲରେ ୩୦ ତାରିଖଠାରୁ ତପସ୍ୟା କରିବେ । କନ୍ୟାକୁମାରୀ କୂଳରେ ଏହି ମେମୋରିଆଲ ରହିଛି । ଏହି ସ୍ଥାନରେ ସ୍ୱାମୀ ବିବେକାନନ୍ଦ ବି ତପସ୍ୟା କରୁଥିଲେ । ପାଖରେ ତାମିଲ ସନ୍ଥ ତିରୁଭଲ୍ଲୁଭାରଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ରହିଛି ।

ଯେଉଁଠାରେ ଏକଦା ବିବେକାନନ୍ଦ ଧ୍ୟାନସ୍ଥ ହୋଇ ଆଧ୍ୟାତ୍ମିକ ଚେତନା ପ୍ରାପ୍ତ କରିଥିଲେ ସେହି ବିବେକାନନ୍ଦ ସ୍ମାରକୀ ସ୍ଥଳଠାରେ ପ୍ରଧାନମନ୍ତ୍ରୀ ଦୁଇଦିନ ଧ୍ୟାନସ୍ଥ ହେବେ। ସୂଚନାଯୋଗ୍ୟ,ଏହା ପୂର୍ବରୁ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶିବାଜୀ ମହାରାଜଙ୍କ ପ୍ରତାପଗଡ଼ ଦୁର୍ଗରେ ଧ୍ୟାନସ୍ଥ ହୋଇଥିଲେ। ୨୦୧୯ରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ କେଦାରନାଥରେ ଧ୍ୟାନସ୍ଥ ହୋଇଥିଲେ।

Leave A Reply

Your email address will not be published.