ମୋଦି ଭାରତ ଫେରିବା ପରେ ପୁଣି ହିନ୍ଦୁ-ମୁସଲିମ  ରାଜନୀତି  ଆରମ୍ଭ କରିଦେବେ : ମେହେବୁବା ମୁଫତି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ Showing ଗସ୍ତରେ ଅଛନ୍ତି । ସେଠାରେ ତାଙ୍କୁ ଅନେକ ସମ୍ମାନ ମିଳୁଛି। ପିଡିପି ମୁଖ୍ୟ ମେହେବୁବା ମୁଫତି କହିଛନ୍ତି ଯେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେଉଁ ସମ୍ମାନ ମିଳୁଛି ତାହା ତାଙ୍କୁ ନୁହେଁ, ଭାରତକୁ ସମ୍ମାନ ମିଳୁଛି। ସେ  ଭାରତ ଫେରିବା ପରେ ପୁଣି ହିନ୍ଦୁ-ମୁସଲିମ  ରାଜନୀତି  ଆରମ୍ଭ କରିଦେବେ ।

ମୁଫତି କହିଛନ୍ତି ମୋଦୀ ଭାରତରେ ଥିବାବେଳେ ‘ହିନ୍ଦୁ-ମୁସଲମାନ’ କରନ୍ତି । ଏଥିପାଇଁ ଜମ୍ମୁ-କଶ୍ମୀରବାସୀଙ୍କ କ୍ଷତି ହୋଇଥାଏ । କିନ୍ତୁ ବିଦେଶକୁ ଗଲେ ସେ ସାଂପ୍ରଦାୟିକ ସଦ୍ଭାବ କଥା କୁହନ୍ତି । ସେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇଥାନ୍ତି । ପାଟନାରେ ଅନୁଷ୍ଠିତ ବିରୋଧୀ ଦଳ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି “ଏହି ବୈଠକ ପାଇଁ ମୁଁ ନୀତୀଶ କୁମାରଙ୍କୁ ବହୁତ ଧନ୍ୟବାଦ ଜଣାଉଛି ।

ଆଜି ଯଦି ବିରୋଧୀ ଏକାଠି ନ ହୁଅନ୍ତି ତେବେ ଭବିଷ୍ୟତରେ ସମଗ୍ର ବିପକ୍ଷ ଶେଷ ହୋଇଯିବ । ଦେଶରେ ଏବେ ଅଭିବ୍ୟକ୍ତିର ସ୍ବାଧୀନତା ନାହିଁ । ସତ କଥା କହୁଥିବା ସାମ୍ବାଦିକଙ୍କୁ ଜେଲରେ ରଖାଯାଇଛି। ଯଦି ଆମେ ଏହି ଦେଶକୁ ବଞ୍ଚାଇବାକୁ ଚାହୁଁଛୁ, ତେବେ ଆମକୁ ଏକାଠି ହେବାକୁ ପଡ଼ିବ।

ଆଜି ଆମ କୁସ୍ତିଯୋଦ୍ଧା ଝିଅମାନେ ଜନ୍ତରମନ୍ତରରେ ଅଛନ୍ତି, କିନ୍ତୁ ଯେଉଁ ବ୍ୟକ୍ତି ଅଭିଯୁକ୍ତ ସେ ବାହାରେ ବୁଲୁଛନ୍ତି । ମେହବୁବା ମୁଫତି ଆହୁରି କହିଛନ୍ତି ଯେ ଏହି ଦେଶକୁ ବଞ୍ଚାଇବା ପାଇଁ ପାଟନା ଆସିଥିବା ସମସ୍ତ ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଆଶା କରୁଛି ଯେ ପରବର୍ତ୍ତୀ ସମୟରେ ହେବାକୁ ଥିବା କୌଣସି ବୈଠକରେ ସବୁକିଛି ଭଲ ହେବ । ମୁଁ ଭାବୁଛି କଂଗ୍ରେସ ଏକ ବଡ଼ ଦଳ, ଯାହାକୁ ନେଇ ସମସ୍ତେ ଏକାଠି ହୋଇଛନ୍ତି ।

Leave A Reply

Your email address will not be published.