ଆସନ୍ତା ଜୁଲାଇ ୧ ତାରିଖରେ ହେବ ଓଟିଇଟି ପରୀକ୍ଷା, ୧ ଲକ୍ଷ ୫୦ ହଜାର ଶିକ୍ଷକ ଆଶାୟୀ କରିଛନ୍ତି ଆବେଦନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତା ଜୁଲାଇ ୧ ତାରିଖରେ ହେବ ଓଟିଇଟି ପରୀକ୍ଷା। ଓଟିଇଟି ହେଉଛି ଓଡିଶା ଟିଚର ଇଲିଜିବିଲିଟ ଟେଷ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ପରୀକ୍ଷା। ରାଜ୍ୟର ୧ ଲକ୍ଷ ୫୦ ହଜାର ଶିକ୍ଷକ ଆଶାୟୀ ଏଥିପାଇଁ କରିଛନ୍ତି ଆବେଦନ। ବୋର୍ଡ଼ ୱେବସାଇଟରେ ଉପଲବ୍ଧ ହେଉଛି ଆଡ଼ମିଟ କାର୍ଡ। ଆଡ଼ମିଟ କାର୍ଡ ଡାଉନଲୋଡ ନେଇ ସମସ୍ୟା ହେଉଥିଲେ ବୋର୍ଡ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିବାକୁ ବୋର୍ଡ ପକ୍ଷରୁ ସୂଚନା। ବୋର୍ଡ କଣ୍ଟ୍ରୋଲ ରୁମ ନମ୍ବର; 0671 2412059 ଓ 0671 2412060।

୩୦ ଟି ଯାକ ଜିଲ୍ଲାରେ ୩୦୬ ଟି କେନ୍ଦ୍ରରେ ହେବ ଏହି ପରୀକ୍ଷା। ଦୁଇଟି ପେପରରେ ହେବ ଓଟିଇଟି ପରୀକ୍ଷା। ସକାଳ ୮ ଟାରୁ ସାଢ଼େ ୧୦ ଟା ପ୍ରଥମ ପେପର। ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ସାଢେ ୨ ଟା ଦ୍ୱିତୀୟ ପେପର ପରୀକ୍ଷା।

Leave A Reply

Your email address will not be published.