ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ

0

ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ହୋହାଲ୍ଲା କରିଥିଲେ ବିରୋଧୀ । ଗୃହମଧ୍ୟ ଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡ଼ିୟମ ପାଖରୁ ଆସି ମଧ୍ୟ ନାରାବାଜି କରିଥିଲେ । ସ୍ୱତନ୍ତ୍ର ଅଧିବେଶନରେ ପ୍ରଥମେ ଜିତୁ ମୁଣ୍ଡା ପ୍ରସଙ୍ଗ ଉଠାଇବା ପାଇଁ ଦାବି କରିଥିଲେ ବିରୋଧୀ । ଶେଷରେ ସ୍ୱତନ୍ତ୍ର ଅଧିବେଶନରେ କକ୍ଷ ତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କକ୍ଷତ୍ୟାଗ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ।

ସେହିପରି ଗୃହ କାର୍ଯ୍ୟ ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରଖିଛନ୍ତି। ଆରମ୍ଭରୁ ବିରୋଧୀ ଟାର୍ଗେଟ କରି କହିଛନ୍ତି ମହିଳାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରାଯାଇଛି। କଂଗ୍ରେସ ଦଳ ବନ୍ଧୁ ମାନେ ଆଲୋଚନାକୁ ଆଗେଇ ଆସିବା ବଦଳରେ ମହିଳାଙ୍କ ଉଦ୍ଦେଶ୍ୟରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲକୁ ପାସ ନକରି ଆଜି ବିରୋଧ କରୁଛନ୍ତି। ବିଜେଡି ବି ପଞ୍ଚାୟତ ସ୍ତରରେ ମହିଳାଙ୍କୁ ସଂରକ୍ଷଣ କଥା କହି ବାହା ବାହା ନେଉଛି। ବିଧାୟକ କିମ୍ବା ସାଂସଦ କଥା ଆସିଲା ବେଳେ ପଛ ଘୁଞ୍ଚା କାହିଁକି ? ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ ପଣ୍ଡା ମାନଙ୍କର ସଂରକ୍ଷଣର ଅଧିକାର କ୍ଷୁର୍ଣ୍ଣ ହୁଏ ନାହିଁ । ଯେ ପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କି ସଂସଦ କୁ ପଠାଉନାହାନ୍ତି ତାଙ୍କୁ ଉଚିତ ସମ୍ମାନ ମିଳିନାହିଁ। ଭାରତର ରାଷ୍ଟ୍ରପତି ଜଣେ ମହିଳା, ଓଡିଶାର ଉପମୁଖ୍ୟମନ୍ତ୍ରୀ ବି ମହିଳା, ବାଚସ୍ପତି ବି ମହିଳା। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ ଉପସ୍ଥାପନା କରିଛନ୍ତି।

Leave A Reply

Your email address will not be published.