ଦୁନିଆର ସବୁଠୁ ଦାମୀ ଆଇସ୍କ୍ରିମ୍ ‘ବ୍ଲାକ୍ ଡାଇମଣ୍ଡ’ | ଯାହାର ମୂଲ୍ୟ 60,000 ଟଙ୍କା

0

ଆଇସକ୍ରିମ ପ୍ରେମୀମାନଙ୍କ ପାଇଁ ଏହା ଏକ ଗମ୍ଭୀର ପ୍ରଶ୍ନ, ଆପଣ କେବେ ସୁନା ପଡିଥିବା ଆଇସ୍କ୍ରିମ୍ ର କ’ଣ ସ୍ୱାଦହୋଇପାରେ, କିମ୍ବା ଏହାର କଷ୍ଟ ବା ଦାମ ଟା କେତେ ହେବ ଚିନ୍ତା କରିଛନ୍ତି କି ? ତେବେ ଏହି ପ୍ରଶ୍ନ ର ଉତ୍ତର ଆମ ପାଖରେ ଅଛି | ହଁ , ଆପଣ ସୁନା ପଡିଥିବା ଆଇସ୍କ୍ରିମ୍ ଅର୍ଡର କରି ତାର ସ୍ୱାଦ ର ମଜା ନେଇ ପାରିବେ | ଏହି ସୁନା ପଡିଥିବା ବା ସୁନା ଛିଞ୍ଚା ଯାଇଥିବା ଆଇସ୍କ୍ରିମ୍ କେବଳ ଦୁବାଇ ରେ ମିଳିପାରିବ | ଏହାର ନାମ ‘ବ୍ଲାକ୍ ଡାଇମଣ୍ଡ’ ଆଇସ୍କ୍ରିମ | ମାଡାଗାସ୍କର ଭାନିଲା ଆଇସକ୍ରିମରେ ଇରାନର ସାଫ୍ରନ୍, ବ୍ଲାକ୍ ଟ୍ରଫଲ୍ ଏବଂ ସୁନା ର ଉପାଦାନ ଥିବାରୁ ,ଏହା ଆଇସ୍କ୍ରିମ୍ କୁ ମହଙ୍ଗା କରିଥାଏ | ତେଣୁ ଏହା ଦୁନିଆର ସବୁଠୁ ଦାମୀ ଆଇସ୍କ୍ରିମ୍ ଯାହାର ମୂଲ୍ୟ 60,000 ଟଙ୍କା |

ନ୍ୟୁଜ୍ ସଂଗଠନ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ଦ୍ୱାରା ଦର୍ଶାଯାଇଥିବା ଏକ ସିଏନବିସି ରିପୋର୍ଟ ଅନୁଯାୟୀ, ‘ବ୍ଲାକ୍ ଡାଇମଣ୍ଡ’ ଆଇସକ୍ରିମ୍ 2015 ରେ ଗୋଟିଏ କ୍ୟାଫେ ରେ ଆରମ୍ଭ କରାଯାଇଥିଲା | ଏଥିରେ ମାଡାଗାସ୍କର ଭାନିଲା ଆଇସକ୍ରିମରେ ଇରାନର ସାଫ୍ରନ୍, ବ୍ଲାକ୍ ଟ୍ରଫଲ୍ ଏବଂ 23 କ୍ୟାରେଟ ସୁନା ର ଛୋଟ ଛୋଟ ଖଣ୍ଡ ଉପରେ ପଡିଥାଏ | ଦୁବାଇ ର ସ୍କୁପି କାଫେରେ ଏହି ‘ବ୍ଲାକ୍ ଡାଇମଣ୍ଡ’ ଆଇସ୍କ୍ରିମ ମିଳେ | ଏହି ବ୍ଲାକ୍ ଡାଇମଣ୍ଡ ଆଇସ୍କ୍ରିମ ରେ 23 କ୍ୟାରେଟ ସୁନା ର ଛୋଟ ଛୋଟ ଖଣ୍ଡ ଛିଞ୍ଚା ଯାଇ ଏକ ବିଚିତ୍ର ଐଶ୍ୱର୍ଯ୍ୟଶାଳୀ ପାତ୍ରରେ ପରିବେଷଣ କରାଯାଇଥାଏ | ଏହା ଦୁନିଆର ସବୁଠୁ ଦାମୀ ଆଇସ୍କ୍ରିମ୍ ଏବଂ ଏହାର ମୂଲ୍ୟ 60,000 ଟଙ୍କା |

Leave A Reply

Your email address will not be published.