ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମାଆ ଭଟ୍ଟାରିକାଙ୍କ ଗର୍ଭଗୃହରେ ୩ ଫୁଟ୍ ମହାନଦୀର ବନ୍ୟାଜଳ। ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଆଠଗଡ ବଡମ୍ବା ଭଟ୍ଟାରିକା ମନ୍ଦିରରେ ପଶିଛି । ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଛି । ପାଣି ପଶିବା ପରେ ମାଆ ଭଟ୍ଟାରିକାଙ୍କୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଥାଉକି, ହୀରାକୁଦ୍ରେ ଅଧିକ ଗେଟ୍ ଖୋଲିବାକୁ ଭଟ୍ଟାରିକା ମନ୍ଦିର ମଧ୍ୟରେ ବନ୍ୟାପାଣି ପ୍ରବହିତ ହେବାରୁ ରାତ୍ର ୨ଟାରେ ଦେବୀଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନନ୍ତରିତ ହୋଇଛନ୍ତି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଚଳନ୍ତି ପ୍ରତିମାକୁ ମନ୍ଦିର ନିକଟସ୍ଥ ରତ୍ନଗିରି ପାହାଡରେ ଥିବା ମାଙ୍କ ଅସ୍ଥାୟୀସ୍ଥଳୀକୁ ସ୍ଥାନାନ୍ତର କରାଯାଇ ପୂଜକ ସମିତି ପକ୍ଷରୁ ପୂଜାର୍ଚ୍ଚନା ।