ବ୍ଲଡ଼ କ୍ୟାନ୍ସର ପୁଅର ଚିକିତ୍ସା ପାଇଁ କାନି ପତେଇ ସାହାଯ୍ୟ ମାଗୁଛି ମାଆ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗାଁ’ ମନ୍ଦିରରେ ଚାଲିଛି ସାମୁହିକ ପୂଜାର୍ଚନା | ଏଥିରେ ସାମିଲ ହୋଇଛନ୍ତି ସ୍କୁଲର ଗୁରୁମା, ଛାତ୍ର ଛାତ୍ରୀ, ଗାଁ’ର ମୁରବୀ, ମହିଳା ଓ ଯୁବକମାନେ | ଗାଁ ର ଆରାଧ୍ୟ ଦେବତା ସ୍ଵପ୍ନେଶ୍ଵର ମହାଦେବଙ୍କୁ ଘଣ୍ଟ ଘଣ୍ଟା ଆଳତି ଓ ଧୂପ ଦୀପ ନୈବିଦ୍ୟ ଦ୍ୱାରା ପୂଜାର୍ଚ୍ଚନା କରିବା ସହ ଭଗବାନଙ୍କୁ ପ୍ରାର୍ଥନା କରାଯାଉଛି କୋମଳମତୀ ଶିଶୁଙ୍କ ଜୀବନ ରକ୍ଷା ପାଇଁ।
ଏସବୁ କାର୍ଯ୍ୟ ପଛରେ ଥିବା ସତ୍ୟଟି ହେଉଛି, ସେହି ଗ୍ରାମର ଛୋଟିଆ ଶିଶୁ ପୁତ୍ରର ଆଶୁ ଆରୋଗ୍ୟ କାମନା | କ୍ୟାନ୍ସର ପୀଡିତ ଛାତ୍ରର ଜୀବନ ବଂଚେଇବାକୁ ସାମୁହିକ ପ୍ରାର୍ଥନା ଚାଲିଛି |

ହିଁ ଦର୍ଶକ ବନ୍ଧୁ ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗାଁର କ୍ଷିତୀଶ ପଲେଇକୁ ମାତ୍ର ବୟସ ୧୦ ବର୍ଷ | ଦୁନିଆ କ’ଣ ଜାଣିବା ପୂର୍ବରୁ ମାଡ଼ି ବସିଲା କର୍କଟ ରୋଗ। ଏବେ ସେ ରକ୍ତ କର୍କଟ ରୋଗରେ ପୀଡିତ | ନା ଆଉ ବିଦ୍ୟାଳୟ କୁ ଯାଇ ପାରୁଛି ନା ସାଙ୍ଗସାଥୀ ଙ୍କ ସହ ମିଶି ପାରୁଛି। ଯାହା କିଛି ଘରେ ଥିଲା ବାପା-ମା’ ସବୁ ବିକି ଭାଙ୍ଗି ପୁଅର ଚିକିତ୍ସା ଖର୍ଚ୍ଚରେ ସବୁ ସାରି ସାରିଲେଣି। ଏଣିକି ସାହା ଓ ଭରସା ଭଗବାନ ଓ ସହୃଦୟ ବ୍ୟକ୍ତିମାନଙ୍କର।ଓଡ଼ିଶାରେ ଆଉ ଚିକିତ୍ସା ସମ୍ଭବ ନହେବାରୁ, ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ଷିତୀଶକୁ ଟାଟା ମେମୋରିଆଲ ହସ୍ପିଟାଲ ବମ୍ବେ କୁ ନିଆଯାଉଛି | ପିଲାଟିର ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ | ଏଥିପାଇଁ ଅର୍ଥର ଆବଶ୍ୟକତା ଥିବାରୁ ବଦାନ୍ୟ ବ୍ୟକ୍ତି ମାନଙ୍କ ସହ ସରକାରଙ୍କୁ କ୍ଷିତୀଶର ମା କାନି ପାତି ସାହାଯ୍ୟ ମାଗିଛନ୍ତି |

କ୍ଷିତୀଶ ଭଲ ହୋଇଗଲେ ପୁଣି ଥରେ ସ୍କୁଲ ଯିବ | ପାଠ ପଢିବ, ଖେଳିବ, ବୁଲିବ, ମସ୍ତି କରିବ | ଏହି ଗାଁ ମନ୍ଦିରରେ ତା ପାଇଁ ଦୀପ ଜାଳିଥିଲେ ସ୍କୁଲର ଗୁରୁମା, ସହପାଠୀ ଏବଂ ଗ୍ରାମବାସୀ ମାନେ | ମେଧାବି ଛାତ୍ର କ୍ଷିତୀଶ ଜୀବନରେ ବଡହେବ, ଭଲ ମଣିଷ ହୋଇ ପରିବାର ଓ ଗାଁର ସମ୍ମାନ ରଖିବ l ପିଲାଟିର ଏଇ ଛୋଟିଆ ସ୍ୱପ୍ନକୁ ସାକାର ପାଇଁ ଆମକୁ ସହୃଦୟତର ସହିତ ସହଯୋଗର ହାତ ବଢେଇବାକୁ ପଡିବ | ଯଦି କେହି ସହୃଦୟ ବ୍ୟକ୍ତି କ୍ଷିତୀଶ କୁ ସାହାଯ୍ୟ କରିବାକୁ ହାତ ବଢାଇବେ, ତାଙ୍କ ନାମ *ମମତା ପରିଡ଼ା, ACCOUNT NUMBER:- 558810110001931, IFSC CODE:- BKID0005588 , BANK OF INDIA, କୁହୁଣ୍ଡା ଶାଖା ରେ ଅର୍ଥ ପଠାଇ ପାରିବେ। ହୁଏତ ଆପଣଙ୍କର ଆର୍ଶୀବାଦ ରେ ଜଣେ କୋମଳମତୀ ଶିଶୁଙ୍କ ଜୀବନ ରକ୍ଷା ହୋଇଯାଇ ପାରନ୍ତା।

Leave A Reply

Your email address will not be published.