ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁମ୍ବାଇର ବର୍ଲି ଅଞ୍ଚଳସ୍ଥ ଏଟ୍ରିୟା ମଲ ନିକଟରେ ରବିବାର ସକାଳେ ହିଟ ଆଣ୍ଡ ରନର ଏକ ମାମଲା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ ମିହିର ଫେରାର୍ ଥିବାବେଳେ ୬ଟି ପୁଲିସ ଟିମ୍ ତାଙ୍କୁ ଖୋଜୁଛି। ଗତକାଲି ଶିବସେନା ନେତାଙ୍କ ପୁଅ ମିହିର BMW କାରରେ ଯାଉଥିବା ସମୟରେ ଦୁର୍ଘଟଣା ଘଟାଇଥିଲେ, ଯେଉଁଥିରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି।ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସେନାର ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର ଶାହ(୨୪)।

ସେ ରବିବାର ସକାଳେ BMW କାରରେ ଆସିବା ସମୟରେ ଓର୍ଲି ନିକଟରେ ସ୍କୁଟିରେ ଯାଉଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ୱାମୀ-ସ୍ତ୍ରୀ କିଛି ଫୁଟ ଉପରକୁ ଉଠିଯାଇ କାର୍ ଉପରେ ପଡ଼ିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ, ସ୍କୁଟିକୁ ଧକ୍କା ଦେଇଥିବା ବିଏମଡବ୍ଲ୍ୟୁ କାରକୁ ମିହିର ଶାହ ନାମକ ଜଣେ ଯୁବକ ଚଲାଉଥିଲେ। ମିହିରଙ୍କ ବାପା ରାଜେଶ ଶାହ ପାଲଘର ଜିଲ୍ଲାରେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଥିବା ଶିବସେନାର ପଦାଧିକାରୀ ଅଛନ୍ତି। ମିହିରଙ୍କ ପାଖ ସିଟରେ ଜଣେ ବ୍ୟକ୍ତି ବସିଥିଲେ। ଯିଏକି  ତାଙ୍କ ଗାଡ଼ି ଚାଳକ ଥିବା ସନ୍ଦେହ କରାଯାଉଛି।

ଏହି ମାମଲାରେ ପୁଲିସ ମିହିରଙ୍କ ବାପା ତଥା ଶିବସେନା(ଏକନାଥ ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହ ଏବଂ ତାଙ୍କ ଡ୍ରାଇଭର ରାଜଋଷି ବିଦଭତଙ୍କୁ ଗିରଫ କରିଛି। ରାଜେଶ ପୁଲିସକୁ ତଦନ୍ତରେ ସହଯୋଗ କରିନଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯିବ। ସେପଟେ ମିହିରଙ୍କ ବିରୋଧରେ ଏକ ଲୁକଆଉଟ ସର୍କୁଲାର ଜାରି କରାଯାଇଛି। ପୁଲିସ ତାଙ୍କ ଘରେ ପହଞ୍ଚିବା ପରେ ଘରେ ତାଲା ପଡିଥିଲା। ମିହିରଙ୍କ ମାଆ ଓ ଭଉଣୀ କେଉଁଠି ଅଛନ୍ତି ତାହା ଜଣା ପଡିନାହିଁ।

Leave A Reply

Your email address will not be published.