ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚୋର ତ ଚୋର | ଏମିତି ଅନେକ ଚୋରି ଘଟଣାରେ ଚୋରି କରି ଚଂପଟ ମାରନ୍ତି | ଯାହା ପାରିଲେ ତାହା ଚୋରି କରନ୍ତି ଚୋରଙ୍କ ମାଷ୍ଟର ମାଇଣ୍ଡ କିମ୍ବା ଚୋର ଗ୍ୟାଙ୍ଗ| କିନ୍ତୁ ଆଜି ଏମିତି ଏକ ଚୋରକୁ ଜୟପୁର ପୋଲିସ ଗିରଫ କରିଛି ଯିଏ କି ସ୍ଵତନ୍ତ୍ର ଭାବେ ମନ୍ଦିର ଗୁଡ଼ିକରେ ହିଁ ଚୋରି କରେ | ଏପରିକି ଓଡ଼ିଶାରେ ନୁହଁ ସାରା ଭାରତ ବର୍ଷରେ ଅନେକ ଜଣାଶୁଣା ମନ୍ଦିରରେ ଚୋରି କରିଛି ଜୟପୁର ପୋଲିସ ଦ୍ଵାରା ଧରା ପଡ଼ିଥିବା ଚୋର ଘନଶ୍ୟାମ ଦାସ |
ଗତ ଫେବୃଆରୀ ୩ତାରିଖରେ ଜୟପୁର ସହରର ମହାରାଣୀପେଟା ସ୍ଥିତ କନ୍ୟକା ପରମେଶ୍ୱରି ମନ୍ଦିରରେ ସୁନା, ଗହଣା ସହ ଅନେକ ରୂପା ସାମଗ୍ରୀ ସହ ନଗଦ ୨୧ହଜାର ଟଙ୍କା ଚୋରି ହୋଇଥିଲା | ମନ୍ଦିର କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟାଉନ ପୋଲିସ ପକ୍ଷରୁ ତଦନ୍ତ କରି ନୟାଗଡ଼ ଜିଲ୍ଲା ଇଟାମାଟିର ଘନଶ୍ୟାମ ଦାସକୁ ଗିରଫ କରିବା ସହ ତା ଠାରୁ ଅନେକ ରୂପା ସାମଗ୍ରୀ ସହ ୨ଲକ୍ଷ ଟଙ୍କା ନଗଦ ଜବତ କରିଥିବା ଆଜି ଜୟପୁର ଏସଡିପିଓ ଅଙ୍କିତ ବର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେପଟେ ଘନଶ୍ୟାମକୁ କୋର୍ଟ ଚାଲାଣ କରିଛି ପୋଲିସ୍।। ହେଲେ ଆଶ୍ଚର୍ଯ୍ୟର କଥା ଯେ ଘନଶ୍ୟାମ ଟାର୍ଗେଟ କରେ ଖାଲି ମନ୍ଦିର ମାଳିନୀ |
ଆଜି ଯାଏ ଘନଶ୍ୟାମ ନାମରେ ୪୭ଟି ମାମଲା ରହିଚି ଯେଉଁଥିରେ କି ଆନ୍ଧ୍ରପ୍ରଦେଶରେ ୨୪ଟି ଓଡ଼ିଶାରେ ୧୪ଟି ଓ କର୍ଣ୍ଣାଟକରେ ୯ଟି ମନ୍ଦିର ଚୋରି ମାମଲା ରହିଚି | ଘନଶ୍ୟାମ ୧୮ବର୍ଷ ବୟସରୁ ପ୍ରଥମେ ଆନ୍ଧ୍ର ପ୍ରଦେଶ ବିଜୟୱାଡାର ପ୍ରସିଦ୍ଧ କନକଦୂର୍ଗା ମନ୍ଦିରରେ ଚୋରି ଆରମ୍ଭ କରି ଆଜି ଦେଶର ବିଭିନ୍ନ ରାଜ୍ୟ ଯେମିତିକି ନିଜ ରାଜ୍ୟ ଓଡ଼ିଶା ସମେତ, ଆନ୍ଧ୍ର, କର୍ଣ୍ଣାଟକ, କେରଲ ଆଦି ରାଜ୍ୟରେ ଭିନ୍ନ ଭିନ୍ନ ନାମ ପରିଚୟରେ ଚୋରି କରେ ବୋଲି ଏସଡିପିଓ ଅଙ୍କିତ ବର୍ମା ସୂଚନା ଦେଇଛନ୍ତି।