କର୍ଣ୍ଣାଟକରେ ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଲା ମୁସଲିମ ସଂଗଠନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକରେ ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଲା ମୁସଲିମ ସଂଗଠନ ।  କଥା ଦେଇଥିଲ, କଥା ରଖ ନହେଲେ ଆରଥରକୁ ଭୋଗିବ । କଂଗ୍ରେସକୁ ଏମିତି ଚେତାବନୀ ଦେଇଛନ୍ତି ମୁସଲିମ ଧର୍ମୀୟ ସଂଗଠନ । ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛି ମୁସଲିମ ସଂପ୍ରଦାୟର ବଡ ଧର୍ମୀୟ ସଂଗଠନ ଉଲେମା-ଏ-ହିନ୍ଦ । ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ ମୁସଲିମ ଧର୍ମୀୟ ସଂଗଠନ ଉଲେମା-ଏ-ହିନ୍ଦର ମୌଲାନା ଅରଶଦ ମଦନୀ ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛନ୍ତି । ମୌଲାନା ଅରଶଦ କହିଛନ୍ତି, କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା କ୍ଷମତାକୁ ଆସିଲେ ବଜରଙ୍ଗ ଦଳ ବ୍ୟାନ କରିବ ।

କଂଗ୍ରେସର ଏହି ପ୍ରତିଶ୍ରୁତି ପାଇବା ପରେ ଦଳ ଉପରେ ମୁସଲିମ ସଂପ୍ରଦାୟର ବିଶ୍ୱାସ ଆସିଥିଲା । ସେଥିପାଇଁ ନିର୍ବାଚନରେ ମୁସଲିମ ସଂପ୍ରଦାୟର ଭୋଟ କଂଗ୍ରେସ ଖାତାକୁ ଯାଇଥିଲା । ଏବେ କଂଗ୍ରେସ ପାଇଁ ପ୍ରତିଶ୍ରୁତି ରକ୍ଷା କରିବାର ସମୟ ଆସିଛି । ଯଦି କଂଗ୍ରେସ ତାର ପ୍ରତିଶ୍ରୁତି ପୂରଣ ନ କରିବ ତେବେ ଆଗକୁ ମୁସଲମାନ ସଂପ୍ରଦାୟର ଭରସା ହରାଇବ  କଂଗ୍ରେସ ।

Leave A Reply

Your email address will not be published.