ସ୍ପାଇସି ଫୁଡ ଦୂର କରେ କ୍ୟାନ୍ସର!

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସମସ୍ତେ ଭାବନ୍ତି ଅଧିକ ମସଲାଯୁକ୍ତ ଖାଦ୍ୟ ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି। ବିଷେଶଜ୍ଞଙ୍କ ମତରେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅନେକାଂଶରେ ବ୍ୟକ୍ତି ନିଜକୁ କ୍ୟାନସର ଠାରୁ ଦୂରେଇ ରଖି ପାରିବେ।

ମସଲାଯୁକ୍ତ ଖାଦ୍ୟ ସହ ଅଭ୍ୟସ୍ତ ଥିବା କିଛି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଶେଷଜ୍ଞମାନେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଅଧିକାଂଶ ସମୟ ସୀମିତ ପରିମାଣରେ ମସଲାଯୁକ୍ତ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କଠାରେ କ୍ୟାନସର କୌଣସି ଲକ୍ଷଣ କିଛି ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିନଥିଲା ବୋଲି ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave A Reply

Your email address will not be published.