ପୁଣି ଧକ୍କା ଦେଲା ମୋ ବସ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ସକାଳୁ ରାଜଧାନୀରେ ପୁଣି ଥରେ ଆଉ ଏକ ‘ମୋ ବସ୍’ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି । ସକାଳୁ ସକାଳୁ ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ପରେ ମୋ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୋ ବସ୍ ଡ୍ରାଇଭରକୁ ପଚରାଉଚରା କରୁଛି ।

ଗତ କିଛିଦିନ ହେବ ରାଜଧାନୀରେ ମୋ ବସ୍ ଦୁର୍ଘଟଣା ବଢ଼ି ଚାଲିଛି । ଗତ ଫେବୃଆରୀ ୪ ତାରିଖରେ ମଧ୍ୟ ଭୁବନେଶ୍ୱରରେ ମୋ ବସ୍‌ ଦୁର୍ଘଟଣା ଘଟିଥିଲା । ରାଜଧାନୀର ଶିଖରଚଣ୍ଡୀ ବିହାରରେ ‘ମୋ ବସ୍‌’ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ।ପଟିଆ ଶିଖରଚଣ୍ଡି ବିହାରରେ ଉତ୍ତ୍ୟକ୍ତ ଲୋକେ ଏନେଇ ବସକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ରାତି ପ୍ରାୟ ସାଢ଼େ ୮ଟାବେଳେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣାର ଶିକାର ବ୍ୟକ୍ତି ଜଣକ ଥିଲେ ଶିଖରଚଣ୍ଡି ନଗର ବସ୍ତିର ଏ.ଦଣ୍ଡପାଣି ରେଡ୍ଡୀ । ରାସ୍ତା ପାରି ହେଉଥିବାବେଳେ ତାଙ୍କୁ ‘ମୋ ବସ୍’ଟି ଧକ୍କା ଦେଇଥିଲା ।

ପୂର୍ବରୁ ‘ମୋ ବସ୍‌’ର ଯାତାୟାତକୁ ନେଇ ଅନେକ ଅଭିଯୋଗ ହୋଇସାରିଛି । ଡ୍ରାଇଭରମାନଙ୍କ ବେପରୁଆ ବସ୍‌ ଚାଳନା ଯୋଗୁଁ ଅନେକ ଥର ଦୁର୍ଘଟଣା ହୋଇଛି । ଗତ ଜାନୁଆରୀ ୧୬ ତାରିଖ ଦିନ ବାରଙ୍ଗ ଛକ ନିକଟରେ ଏକ ‘ମୋ ବସ୍‌’ କାରକୁ ଧକ୍କା ଦେଇଥିଲା ।

Leave A Reply

Your email address will not be published.