ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦାମ ରାଉତ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଦାମୋଦର ରାଉତ । ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ଡାକ୍ତର ରାଉତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ CPR ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଦାମୋଦର ରାଉତଙ୍କର ଚିକିତ୍ସା ଚାଲିଛି। ତାଙ୍କର ବ୍ରେନ ଡେଡ୍ ହୋଇଥିବା ତାଙ୍କ ପୁଅ କହିଛନ୍ତି। ତେବେ ସମ୍ବିତଙ୍କ ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଦାମ ରାଉତ ବିଜେଡିର ଟାଣୁଆ ନେତା ଥିଲେ। ଏହାସହ ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.