‘ମୋ ବସ୍‌’ ହେବ ‘ଆମ ବସ୍‌’

0

ଓଡ଼ିଆ ନ୍ୟୁଜ୍: ‘ମୋ ବସ୍‌’ର ନାଁ ବଦଳି ହେବ ‘ଆମ ବସ୍‌’। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ‘ମୋ  ବସ୍‌’ ଏକ ଅହଂକାର ଶବ୍ଦ। ମୋହନ ସରକାର ଲୋକଙ୍କ ସରକାର। ତେଣୁ ମୋ ବଦଳରେ ଆମର କହିବା ଠିକ୍‌ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର। ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ନିକଟ ଅତୀତରେ ‘ମୋ ବସ୍’ ଦୁର୍ଘଟଣା ବଢିବାରେ ଲାଗିଛି। ତେଣୁ ଦୁର୍ଘଟଣା ରୋକିବାକୁ ବସ୍‌ର ଆଗରେ ଓ ପଛରେ କ୍ୟାମେରା ଲାଗିବ।

ଡ୍ରାଇଭର ଆଲର୍ଟ ରହିବା ପାଇଁ ବସ୍‌ରେ ଆଡସ୍‌ ମଧ୍ୟ ଲାଗିବ। ଯଦ୍ଵାରା ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍‌ ବାଜିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.