ଲିଖିତ ଅଭିଯୋଗ କଲେ ନବ ଦାସ ହତ୍ୟା ମାମଲାର ପୁନଃ ତଦନ୍ତ ହେବ !

0

ଓଡ଼ିଆ ନ୍ୟୁଜ୍: ପୂର୍ବତନ ମନ୍ତୀ ନବ ଦାସଙ୍କ ଝିଅ ଦୀପାଳି ସରକାରଙ୍କୁ ସିବିଆଇ ତଦନ୍ତ ଉପରେ ପ୍ରଶ୍ନ କରିବାକୁ ନେଇ, ଏବେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଲିଖିତ ଭାବେ ମୁଖ୍ରମନ୍ତ୍ରୀଙ୍କୁ ଏଥିପାଇଁ ଅପିଲ୍ କଲେ, ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବଇନ ମନ୍ତ୍ରୀ। ଏନେଇ ଦୀପାଳିଙ୍କ ପ୍ରଶ୍ନ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଖାଲି ଗଣମାଧ୍ୟମ ଆଗରେ କହିଦେଲେ ହେବନାହିଁ। ଯଦି ପୂର୍ବ ସରକାର ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତାହେଲେ ଲିଖିତ ଭାବେ ନୂଆ ସରକାରଙ୍କୁ ଜଣାନ୍ତୁ। ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ। ସିବିଆଇ ତଦନ୍ତ ହେବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଆମେ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠାଇଥିଲୁ, ପୂର୍ବ ସରକାର ପାଖେ ଏନେଇ ସବୁ ଉତ୍ତର।

 କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି, ସତ ବାହାରିବନାହିଁ। ଏକଥା ଆମେ ପୂର୍ବରୁ ବି କହିଥିଲୁ। ଆଉ ସେଇ କଥା ହେଲା। ତେଣୁ ଲିଖିତ ଜଣାନ୍ତୁ, କେସ ରି ଓପନ୍ ହେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ କହିବେ ବୋଲି କହିଛନ୍ତି ମନ୍ତ୍ରୀ। ତେବେ  କିର୍ମିରା ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବକୁ ନେଇ ତାଙ୍କ ହୋଟେଲରେ ପୋଲିସ୍ ଚଢ଼ଉ ଓ ବିଶାଲ ଦାସଙ୍କୁ ଛତିଶଗଡ଼ ପୋଲିସ୍ ଗିରଫ କରିବା ନେଇ ନିକଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦୀପାଳି। ବିଜେପି ସରକାରଙ୍କ ଉପରେ ଜୋରସୋର ବର୍ଷିଥିଲେ।

ଯାହାକୁ ନେଇ ଦୀପାଳିଙ୍କୁ କଡା ସମାଲୋଚନା କରିଥିଲା ବିଜେପି। ବାପାଙ୍କ ମୃତ୍ୟୁର ରହସ୍ୟ ନେଇ ଦୁଇ ବର୍ଷ ହେଲା କାହିଁକି ଚୁପ୍ ବସିଥିଲେ ବୋଲି ପ୍ରଶ୍ନ କରିଥିଲେ। ଯାହାର ପାଲଟା ଜବାବରେ ସରକାରଙ୍କୁ ପୁଣି ନିଶାନା ସାଧିଥିଲେ ଦୀପାଳି। କହିଥିଲେ, ମୁଁ ଏ ନୂଆ ସରକାରଙ୍କୁ ପଚାରୁଛି, ତାଙ୍କର ଅନେକ ନେତା ତଥା ବିଧାୟକ ଏନେଇ ପ୍ରଶ୍ନ କରିଛନ୍ତି, ତାହେଲେ ସେମାନେ ଏ ଘଟଣା ଉପରେ ସିବିଆଇ ତଦନ୍ତ କରୁନାହାନ୍ତି କାହିଁକି? ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ସେମାନଙ୍କ ପରିବାରକୁ ଆଲୋଚନା ପାଇଁ ଡାକ୍ନ୍ତୁ ବୋଲି ଅପିଲ୍ କରିଥିଲେ। କିଛି ନ୍ୟୁଜ୍ ଚ୍ୟାନେଲ ତାଙ୍କ ନାଁ ମିଛ ଖବର ପ୍ରସାରଣ କରୁଥିବା ମଧ୍ୟ ଅଭିଯୋଗ କରିଥିଲେ ଦୀପାଳୀ ।ଯାହାକୁ ନେଇ ଦୀପାଳୀଙ୍କୁ ଲିଖିତ ଜଣାବାକୁ କହିଛନ୍ତି ମନ୍ତ୍ରୀ। ଅନ୍ୟପଟେ ୨ ବର୍ଷ ପରେ ଦୀପଳିଙ୍କ ବାପାଙ୍କ କଥା ମନେପଡିଥିବାରୁ ଏହାକୁ ନେଇ ସମାଲୋଚନା କରିଛନ୍ତି ସନ୍ତୋଷ ସିଂ ସାଲୁଜା। ସାଲୁଜା କହିଛନ୍ତି, ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହ ଜନକ। ବିଳମ୍ବରେ ହେଉ ପଛେ ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହୋଇଛି। ଘଟଣା ଘଟିବାରୁ ଏବେ ତାଙ୍କର ଜ୍ଞାନ ଉଦୟ ହୋଇଛି।

Leave A Reply

Your email address will not be published.