ଜାନୁୟାରୀ ୨୧ରୁ ଜାତୀୟ ଶିକ୍ଷା ନୀତି କର୍ମଶାଳା, ୨୩ ଯାଏଁ ଚାଲିବ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଣିକ୍ଷା ମନ୍ତ୍ରୀଙ୍କ। ଜାନୁୟାରୀ ୨୧ରୁ ୨୩ ଯାଏଁ ହେବ ଜାତୀୟ ଶିକ୍ଷା ନୀତି କର୍ମଶାଳା। ଜାତୀୟ ଶିକ୍ଷା ନୀତି ହେଲେ ଜିରୋ ଡ୍ରପ୍‌ ଆଉଟ ସହ ଗୁଣାତ୍ମକ ଶିକ୍ଷା ମିଳିପାରିବ। ପରବର୍ତ୍ତୀ ସମୟରେ ବାଲବାଟିକା ୧ ଓ ୨ ବି ନେବାକୁ ଯୋଜନା ରଖାଯାଇଛି। ପିଏମ୍‌ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସହ ଏମ୍‌ଓୟୁରେ ୩୫୦ ସ୍କୁଲ ମିଳିଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ଏକ ଐତିହାସିକ ପଦକ୍ଷେପ। ଏହାଦ୍ଵାରା ଶିକ୍ଷା ସରଳୀକରଣ ହେବ।

ଏଫ୍ଏଲ୍ଏମର ନିପୁଣ ଓଡ଼ିଶା ଲାଗୁ କରାଯିବ। ପ୍ରାଥମିକ ସ୍ତରରେ ପିଲା ମାନେ ଭିତ୍ତି ଠିକ ରହିବା ନେଇ ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର । ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉ । ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଉଛି । ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂସ୍କୃତିକୁ ବି ଏଥିରେ ପ୍ରଚାର ପ୍ରସାର କରାଯାଉଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ଜିରୋ ଡ୍ରପ ଆଉଟ ହେବା ସହ ଗୁଣାତ୍ମକ ଶିକ୍ଷା ମିଳି ପାରିବ । ସେଥିପାଇଁ ମାଧ ସିଂ ହାତଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି।

ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି । ନବମ ଓ ଏକାଦଶ ଶ୍ରେଣୀରେ ପିଲା ମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ପିଏମ ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଶହ MOU ସ୍ଵାକ୍ଷର ହୋଇ ଓଡ଼ିଶାର ପ୍ରାୟ ୩୫୦ ସ୍କୁଲ ମିଳିଛି । ଆହୁରି ସ୍କୁଲ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ । ଏହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ।

Leave A Reply

Your email address will not be published.