ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି, ସରକାର ପାଖକୁ କର୍ମଚାରୀ ଯିବା କଥା କିନ୍ତୁ କର୍ମଚାରୀ ପାଖକୁ ସରକାର ଆସୁଛନ୍ତି: ନରସିଂହ ମିଶ୍ର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଗଣତନ୍ତ୍ର କୁ ହତ୍ୟା କରାଯାଉଛି। ଅମଲାତନ୍ତ୍ରର ଶାସନ ଚାଲିଛି ‌।ନିର୍ବାଚିତ ପ୍ରତିନିଧି କୁ ସମ୍ମାନ ମିଳୁନି।ଜଣେ ମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ରିଲିଫ ଟଙ୍କା ପ୍ରଦାନ କରୁଛନ୍ତି। ମନ୍ତ୍ରୀ ମାନେ ହେଲେ ସରକାର। ସରକାର ପାଖକୁ କର୍ମଚାରୀ ଯିବା କଥା କିନ୍ତୁ କର୍ମଚାରୀ ପାଖକୁ ସରକାର ଆସୁଛନ୍ତି।ବୁକ୍ ସାର୍କୁଲାର ୪୭ର ଉଲଘନ ହୋଇଛି। ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ।ମୁଖ୍ୟ ଶାସନ ସଚିବ ବି ଖ୍ୟମା ମାଗନ୍ତୁ। ମୁଁ ମନ୍ତ୍ରୀ ମାନେ କହୁଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସବୁ ମନ୍ତ୍ରୀ ଙ୍କ କଥା କହୁଥିବା ଅଭିଯୋଗ କରିଥିଲେ। କିନ୍ତୁ ମନରୁ ମାନେ ନୁହେଁ ସବୁ ମନ୍ତ୍ରୀ।

ଅର୍ଥମନ୍ତ୍ରୀ ଜଣେ ସରକାରୀ କର୍ମଚାରୀଙ୍କୁ ଜୁହାର ହେଉଥିବା ଫଟୋ ସଦସ୍ୟ ମାନେ ଗୃହରେ ଦେଖାଇଥିଲେ।ଜଣେ ବିଡ଼ିଓଙ୍କ ନାମରେ ଅଭିଯୋଗ ଆଣୁଛନ୍ତି ଜଣେ ବିଧାୟକ। କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗୃହରେ ଆଲୋଚନା ହେଉଥିବା ବେଳେ ବିଡ଼ିଓ କହୁଛନ୍ତି ମୋର ଉପରେ ହାତ ଅଛି, ବିଧାୟକ କି ବିଧାନସଭା କେହିକିଛି କରିପାରିବେ ନାହିଁ। ଉପରୁ ତଳକୁ ପାଣି ବହିଯିବା ଭଳି ଉପର ଅଧିକାରୀ ଙ୍କ ଆଚରଣ ଦେଖି ତଳ ଅଧିକାରୀ ମାନେ ମଧ୍ୟ ଲୋକପ୍ରତିନିଧିଙ୍କୁ ଉପଯୁକ୍ତ ଆଚରଣସ ପ୍ରଦର୍ଶନ କରୁ ନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର ।

Leave A Reply

Your email address will not be published.