୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସଚିବ ବୀର ବିକ୍ରମ ଯାଦବଙ୍କ ସୂଚନା
ଓଡ଼ିଆ ନ୍ୟୁଜ(ବ୍ୟୁରୋ):୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅବଢ଼ା ଯୋଜନାରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୨୨୩.୯୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ଅର୍ଥରେ ଅବଢ଼ା ଯୋଜନା ଅଧୀନରେ ଥିବା ପରିକ୍ରମା ପ୍ରକଳ୍ପ ସମେତ ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସ୍ଥଳୀ, ମୂଷା ନଦୀ ଓ ସ୍ମାରକୀ ପୋଖରୀ ପୁନରୁଦ୍ଧାର ସହ ବେଳାଭୂମି ସମ୍ମୁଖ ଭାଗ ବିକାଶ କାମ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ରଖାଯାଇଛି ।
ବାରମ୍ବାର ରାସ୍ତା ମରାମତି ଯୋଗୁଁ ଉଚ୍ଚ ହେଉଛି ରାସ୍ତା, ତଳିଆ ହେଉଛି ଘର । ବଢ଼ିଲା ପୂର୍ତ୍ତ ବିଭାଗର ଚିନ୍ତା । ରାସ୍ତା କାମରେ ବିଭାଗ ଏଣିକି ବ୍ୟବହାର କରିବ ମାଇନିଂ ଟେକ୍ନୋଲୋଜି । ପ୍ରଥମେ ପୁରୁଣା ରାସ୍ତା ଖୋଳି ବାହାର କରିବ ମେସିନ, ଏହାପରେ ନିର୍ମାଣ ହେବ ନୂଆ ରାସ୍ତା । ୨୦୨୩-୨ ୪ରୁ ଆରମ୍ଭ ହେବ ପାଇଲଟ୍ ପ୍ରକଳ୍ପ ।
କେନ୍ଦ୍ରାପଡ଼ା ତିନିମୁହାଣିରେ ନିର୍ମାଣଧିନ ବ୍ରିଜ ଭୁଷୁଡିବା ଘଟଣା । ତଦନ୍ତ କରିବେ EIC ଓ ଚିଫ ଇଞ୍ଜିନିୟର । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ।
ଜୁନ ସୁଦ୍ଧା ସରିବ ବହୁ ପ୍ରତିକ୍ଷିତ କଟକ-ସମ୍ବଲପୁର NHର ଗୋଟିଏ ପାର୍ଶ୍ଵ କାମ । ଏନେଇ NHAI ପୂର୍ତ୍ତ ବିଭାଗକୁ ପ୍ରତିଶ୍ରୁତି ଦେଇଥିବା କହିଲେ ସଚିବ ।
ତ୍ରିଶୁଳିଆରେ କାଠଯୋଡ଼ି ନଦୀ ଉପରେ ହେବ ଦ୍ୱିତୀୟ ସେତୁ । ଚଳିତ ବର୍ଷ ଆରମ୍ଭ ହେବ କାମ । ବଜେଟରେ ହୋଇଛି ବ୍ୟୟ ବରାଦ । ୨୦୨୩-୨ ୪ରେ ଆରମ୍ଭ ହେବ ବିଜୁ ଏକ୍ସପ୍ରେସ ୱେ-୨ । ବ୍ରହ୍ମପୁରରୁ ଜୟପୁର ଯାଏଁ ହେବ ୪- ଲେନ ବିଶିଷ୍ଟ ୩୩୫ କିମି ରାସ୍ତା । ଏ ବର୍ଷ ବଜେଟ୍ ରେ ୧୦୦ କୋଟି ବ୍ୟୟ ବରାଦ ।