ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଲୋକ ଅଦାଲତରେ ମୋଟ 8088 ଗୋଟି ମାମଲା ମଧ୍ୟରୁ 1388ଟି ମାମଲାର ଆପୋଷ ବିଚାର ହୋଇ 3କୋଟି 61ଲକ୍ଷ 58ହଜାର 786ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡିଛି | ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରିଲିଟିଗେଶନ ସମ୍ୱନ୍ଧୀୟ 6417 ଟି ମାମଲା ମଧ୍ୟରୁ 5792 ଟି ବ୍ୟାଙ୍କ ଋଣ ଆଦାୟ ମାମଲା ଓ 625ଟି ଅନ୍ୟାନ୍ୟ ବିବାଦୀୟ ଦେୱାନୀ ଏବଂ ଜମିଜମା ମାମଲା ଫଇସଲା କରାଯାଇ ମୋଟ 1 କୋଟି 78ଲକ୍ଷ 64 ହଜାର 989 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି |

ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ 19, ଏନ ଆଇ ଆକ୍ଟ ଧାରା 138 ଅନ୍ତର୍ଗତ 29 ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ସମ୍ଭନ୍ଧୀୟ 3ଟି, ମୋଟର ଯାନ ଦୁର୍ଘଟଣା ମାମଲା, 16ଟି, ବୈବାହିକ ସମ୍ୱନ୍ଧୀୟ 7ଟି ରାଜସ୍ବ ମାମଲା 712ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ମାମଲା 36 ଟିକୁ ମିଶାଇ ମୋଟ 936ଟି ମାମଲା ଫଇସଲା କରାଯାଇ ମୋଟ 1କୋଟି 82ଲକ୍ଷ 93 ହଜାର 797 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି |ଏହି ଦୁଇ ବର୍ଗର ମୋଟ 8088 ମାମଲା ମଧ୍ୟରୁ 1388ଗୋଟି ମାମଲା ଫଇସଲା କରାଯାଇ ମୋଟ 3,61,58,786 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ସୂଚିତ ହୋଇଛି |

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମିସ୍ ଶିବାନୀ ଙ୍କ ତତ୍ତ୍ଵlବଧାନ ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋୖର୍ଟ ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି,ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଜଜ ଡ଼.ଦୀପକ ରଞ୍ଜନ ସାହୁ, ସିନିୟର ସିଭିଲ ଜଜ ଶ୍ରୀ ସୁଦାମ ଚରଣ ଦାସ, ସିନିୟର ସିଭିଲ ଜଜ ଶ୍ରୀମତୀ ପଲ୍ଲବୀ ରାଣୀ ସାହୁ, ଅତିରିକ୍ତ ସିଭିଲ ଜଜ ଶ୍ରୀ କୈଳାଶ ସାହୁ ଦ୍ଵିତୀୟ ଅତିରିକ୍ତ ସିଭିଲ ଜଜ ଶ୍ରୀମତୀ ବିଶ୍ୱକଳ୍ପିତା ମହାନ୍ତି, ଏସ ଡି ଜେ ଏମ ଶ୍ରୀମତୀ ସୁବାସିନୀ ବେହେରା ଓ ଜେ ଏମ ଏଫ ସି ଜଜ ମିସେସ ଜରିନ ଖାନ ଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ରାଷ୍ଟ୍ରାୟତ/ଘରୋଇ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ | ଭାରପ୍ରାପ୍ତ ରେଜିଷ୍ଟ୍ରାର ଶ୍ରୀ କୈଳାଶ ସାହୁଙ୍କ ପରିଚାଳନା ରେ ଅନୁଷ୍ଠିତ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ସମସ୍ତଙ୍କ ସହଯୋଗ ରେ ଶୃଙ୍ଖଳାର ସହିତ ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଥିଲା |

Leave A Reply

Your email address will not be published.